
ଭବାନୀପାଟଣା: ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସୁହାଗପୁର ନିକଟରେ ଟ୍ୟାଙ୍କର ଧକ୍କାରେ ୱାର୍ଡ ସଭ୍ୟ ରବିଶଙ୍କର ମାଝୀ (୬୫)ଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ପୁଲିସ ସୂତ୍ରରୁ ପ୍ରକାଶ ଯେ, ସୁହାଗପୁର ଗ୍ରାମର ରବିଶଙ୍କର ଦେପୁର ପଂଚାୟତର ୱାର୍ଡ ସଭ୍ୟ ଥିଲେ। ବୁଧବାର ପଂଚାୟତ ଅଫିସରୁ ଘରକୁ ଫେରୁଥିବା ବେଳେ ବାଟରେ ଏକ ଟ୍ୟାଙ୍କର (ଓଆର ୧୫- ୬୮୨୫)ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା। ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳରେ ପୁଲିସ ଏସଡିପିଓ ବିରଞ୍ଚି ପ୍ରସାଦ ଦେହୁରୀ, ଅତିରିକ୍ତ ତହସିଲଦାର ଲଳିତ ବାଗ, ସବ ଇନ୍ସପେକ୍ଟର ଲିଙ୍ଗରାଜ ସେଠୀ ପ୍ରମୁଖ ପହଂଚି ବୁଝାସୁଝା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।
from ଜିଲ୍ଲା – Sambad https://ift.tt/2GCypTo