ମାଟ୍ରିକ ପରୀକ୍ଷା ପାଇଁ ବଲାଙ୍ଗୀ‌ରରେ ପ୍ରସ୍ତୁତି ଚୂଡ଼ାନ୍ତ:୧୫୬ କେନ୍ଦ୍ରରେ ୨୪, ୬୧୨ ପରୀକ୍ଷାର୍ଥୀ

zisanmohammad
0

ବଲାଙ୍ଗୀର: ଆସନ୍ତା ୨୨ ତାରିଖଠାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ସୁପରିଚାଳନା ନିମନ୍ତେ ଜିଲ୍ଲା ଶିକ୍ଷା ବିଭାଗ ଓ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ବଲାଙ୍ଗୀର ଜିଲ୍ଲାରେ ୧୫୯ଟି ପରୀକ୍ଷା କେନ୍ଦ୍ରରେ ୨୩୧୮୬ ରେଗୁଲାର ଓ ଏକ୍ସ ରେଗୁଲାର ମିଶି ମୋଟ ୨୪୬୧୨ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବେ। ମଧ୍ୟମା ସଂସ୍କୃତ ପରୀକ୍ଷା ୩ଟି କେନ୍ଦ୍ରରେ ୧୨୧ ଜଣ ଦେବା ବେଳେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପାଠ୍ୟକ୍ରମ ୩ଟି ପରୀକ୍ଷା କେନ୍ଦ୍ରରେ ୪୩୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏଥର ସମୁଦାୟ ୧୫ଟି ନୋଡାଲ ସେଣ୍ଟର କରାଯାଇଛି। ନୋଡାଲ ସେଣ୍ଟରମାନଙ୍କରେ ପ୍ରଶ୍ନପତ୍ର ରହିଥିବା ବେଳେ ସବୁଠି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୩ଟି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ସିପିଏଚଏସ ଭରସୁଜା, ବିଏମଏଚଏସ ବକଟୀ, ତୁଷୁରା ହାଇସ୍କୁଲରେ ଏଥର ସିସିଟିଭି ବ୍ୟବସ୍ଥା କରାଯାଇଛି। କପି ରୋକିବାକୁ ତ୍ରିସ୍ତରୀୟ ସ୍କ୍ୱାଡ ଗଠନ କରାଯାଇଛି। ବିଡିଓ, ବିଇଓ, ତହସିଲଦାର, ଏବିଇଓମାନଙ୍କୁ ନେଇ ସ୍କ୍ୱାଡ ଗଠିତ ହୋଇଛି। ସେହିପରି ମାଓପ୍ରବଣ ଅଂଚଳମାନଙ୍କରେ ପୁଲିସ ଫୋର୍ସ ମୁତୟନ ରହିବେ। ତୁରେକେଲା ବ୍ଲକ ମାଓପ୍ରବଣ ଅଂଚଳ ହୋଇଥିବାରୁ ସେଠାକାର ନୋଡାଲ ସେଣ୍ଟର କଣ୍ଟାବାଞ୍ଜିରେ କରାଯାଇଛି। ମୋଟାମୋଟି ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ବ୍ୟବସ୍ଥା କରାଯାଇଛି। ପରୀକ୍ଷାର ସୁପରିଚାଳନାରେ ସମସ୍ତ ଶିକ୍ଷକ ଓ ପ୍ରଧାନ ଶିକ୍ଷକ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ବିଦ୍ୟାଳୟରେ କପିକୁ ପ୍ରାଧାନ୍ୟ ଦିଆଯିବ ସେ ବିଦ୍ୟାଳୟର ସୁପରିନଟେଣ୍ଡେଣ୍ଟ ଦାୟୀ ରହିବେ ବୋଲି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ କୁହାଯାଇଛି।



from ଜିଲ୍ଲା – Sambad https://ift.tt/2NjAtQu

Post a Comment

0Comments
Post a Comment (0)