ବରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ଼ ଜିଲ୍ଲା ଗସ୍ତ କରି ୫୧୫ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କରିବା ସହ ୧୪୯୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ଜିଲ୍ଲାର ଇଚ୍ଛାପାଲିଠାରେ ବିଶାଳ ଚାଷୀ ସମାବେଶରେ ଯୋଗଦେଇ ୧୪ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନା ଅନ୍ତର୍ଗତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।
‘କାଳିଆ’ ଚାଷୀ ସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପୁଣି ଥରେ କେନ୍ଦ୍ର ସରକାରଙ୍କ ଟାର୍ଗେଟ କରିଛନ୍ତି। ନିଜର ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ କିଷାନ ଯୋଜନାରେ କିଛି ସୁବିଧା ନାହିଁ କହିବା ସହ ଚାଷୀଙ୍କୁ ବାର୍ଷିକ ୬ ହଜାର ନୁହେଁ ୧୦ ହଜାର ଟଙ୍କା ଦିଆଯାଉ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି ବୋଲି କହିଛନ୍ତି। ଏଥିସହ ସେ କିଷାନ ଯୋଜନଠାରୁ କାଳିଆ ଯୋଜନା ଭଲ ବୋଲି ସେ ମତ ଦେଇଛନ୍ତି।
‘ଆଜି କାଳିଆ ଯୋଜନାରେ ୧୪ଲକ୍ଷ ଚାଷୀଙ୍କୁ ୭୦୦ କୋଟି ଟଙ୍କା ମିଳିବ? ଆପଣମାନେ ଖୁସୀ ତ?’ ଏହି ବକ୍ତବ୍ୟରୁ ମୁଖ୍ୟମନ୍ତ୍ରୀ ଚାଷୀ ସମାବେଶରେ ତାଙ୍କର ଉଦ୍ବୋଧନ ଆରମ୍ଭ କରିଥିଲେ। ଏହା ପରେ ବି ମୁଁ ବି ବହୁତ ‘ଖୁସୀ’ ବୋଲି କହି ଅଭିଭାଷଣ ଜାରି ରଖି ଆଗରୁ ୧୬ ଲକ୍ଷ ଚାଷୀଙ୍କୁ କାଳିଆ ସହାୟତା ମିଳିଛି ଓ ଆଜି ୧୪ ଲକ୍ଷ ଚାଷୀଙ୍କୁ ଅର୍ଥ ମିଳିଲା।କାଳିଆ ଯୋଜନା ହେଉଛି ଆପଣମାନଙ୍କ ଯୋଜନା, ଯେମିତି ଜଣେ ହେଲେ ଚାଷୀ ଯୋଜନାରୁ ବଞ୍ଚିତ ନ ହୁଅନ୍ତି ମୁଁ ତା’ଉପରେ ନଜର ରଖିଛି ବୋଲି କହିଥିଲେ। ଚାଷୀମାନେ ତାଙ୍କର ପିଲାମାନଙ୍କୁ ପାଠପଢାଇ ଡାକ୍ତର ଇଂଜିନିୟର କରନ୍ତୁ। ଏଥିପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ବୋଲି ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।
ଏଥିସହ ସେ ଆଜି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ କରାଯାଇଥିବା ବନ୍ଦ ବିଷୟ ନିଜ ଭାଷଣରେ ଉଲ୍ଲେଖ କରିବା ସହ କାଳିଆ ଯୋଜନା ବନ୍ଦ ହେବ ନାହିଁ ବୋଲି ଘୋଷଣା କରିଥିଲେ।
from ଜିଲ୍ଲା – Sambad https://ift.tt/2GC5lLJ
