ବଲାଙ୍ଗୀର: ଓଲଟୁ ଓଲଟୁ ରାସ୍ତାକଡ଼ରେ ଅଣେଇ ହୋଇ ରହିଗଲା ମାଟ୍ରିକ୍‌ ପ୍ରଶ୍ନପତ୍ର ନେଇଯାଉଥିବା ମିନି ଟ୍ରକ୍‌

zisanmohammad
0

ବଲାଙ୍ଗୀର: ଗୁରୁବାର ଭୋର୍‌ ପ୍ରାୟ ପାଞ୍ଚଟା ସମୟରେ ମାଟ୍ରିକ୍‌ ପ୍ରଶ୍ନପତ୍ର ଭରା ଗୋଟିଏ ୪୦୭ ମିନି ଟ୍ରକ୍‌ ୫୫ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ରାସ୍ତାର ବଇଣ୍ଡା ନିକଟରେ ଦୁର୍ଘଟନାଗ୍ରସ୍ତ ହୋଇ ଅଣେଇ ପଡ଼ିଥିଲା।

ପ୍ରଶ୍ନପତ୍ର କଟକରୁ ବଲାଙ୍ଗୀର ଯାଉଥିଲା। ଡ୍ରାଇଭର୍‌ ଢୁଳେଇ ପଡ଼ିବାରୁ ରାସ୍ତାରେ ଥିବା ସ୍ପିଡ୍‌ବ୍ରେକର୍‌ ବାଜି ଟ୍ରକ୍‌ର ପତି ଭାଙ୍ଗି ଯିବାରୁ ଗାଡ଼ି ରାସ୍ତା କଡ଼କୁ ଅଣେଇ ପଡ଼ି ରହିଯାଇଥିଲା।

ଖବର ପାଇ ହଣ୍ଡପା ପୁଲିସ ଆସି ନିରାପତ୍ତା ଯୋଗାଇ ଦେବା ପରେ ସାଥିରେ ଯାଇଥିବା ଶିକ୍ଷା ବିଭାଗ କର୍ମଚାରୀମାନେ କ୍ରେନ୍‌ ବ୍ୟବସ୍ଥା କରି ଟ୍ରକ୍‌ଟିକୁ ଘଟନାସ୍ଥଳରୁ ଉଠାଇ ସଜଡ଼ା ଯିବା ପରେ ପ୍ରଶ୍ନପତ୍ର ଧରି ଗାଡ଼ି ତା’ର ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଇଥିଲା।



from ଜିଲ୍ଲା – Sambad https://ift.tt/2NgLFxm

Post a Comment

0Comments
Post a Comment (0)