ତିତଲି ସହାୟତା ଆଳରେ ଠକେଇ: ୩ ଲକ୍ଷର ନକଲି ଚେକ୍ ଦେଇ ଲୁଟିଲେ ୨୨ହଜାର ଟଙ୍କା, ଚେନ୍

zisanmohammad
0

ଆସିକା,: ଆସିକା ଥାନା ଇଲାକାରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ। ଏହି ଗ୍ୟାଙ୍ଗର ସଦସ୍ୟ ମାନେ ନିରୀହ ଲୋକଙ୍କୁ ଜାଲରେ ପକାଇ ଅଭିନବ ଉପାୟରେ ଲୁଟ୍ କରୁଥିବା ଜଣାପଡ଼ିଛି। ଏହାର ନଜିର୍ ଦେଖିବାକୁ ମିଳିଛି ଆସିକା ଥାନା ମାମୁଡିହ ଗ୍ରାମରେ। ତିତଲି ସହାୟତା ଦେବାର ଆଳ ଦେଖାଇ ଏହି ଗ୍ରାମର ମାଲୁଣି ନାହାକ ନାମକ ଜଣେ ମହିଳାଙ୍କୁ ୩ ଟଙ୍କାର ନକଲି ଏସବିଆଇ ଚେକ୍ ଦେଇ ୨୨ହଜାର ଟଙ୍କା ଓ ସୁନା ଚେନ ଲୁଟି ନେଉଥିବା ଅଭିଯୋଗ ହୋଇଛି।
ମାଲୁଣିଙ୍କ ଘରକୁ ଗତ ୮ ତାରିଖରେ ତିନି ଜଣ ଯୁବକ ତିତଲି ସହାୟତା ଦେବାକୁ ବ୍ୟାଙ୍କରୁ ଆସିଛନ୍ତି ବୋଲି କହିଥିଲେ। ମାଲୁଣି ସେମାନଙ୍କ କଥାକୁ ବିଶ୍ବାସ କରିଥିଲେ। ଉଭୟ ଯୁବକ ତାଙ୍କୁ ୩ ଲକ୍ଷ ୨୦ ହଜାର ଟଙ୍କାର ଏସବିଆଇ ଚେକ୍ (ନମ୍ବର ୧୩୮୫୧୪) ଦେବା ସହ ତା’ ବଦଳରେ କିଛି ଟଙ୍କା ମାଗିଥିଲେ। ମାଲୁଣି ୨୨ ହଜାର ଟଙ୍କା ଓ ସୁନା ଚେନ୍ ଦେଇ ଥିଲେ। ମାଲୁଣିଙ୍କ ପରିବାର ଲୋକେ ଚେକଟି ନକଲି ଓ ଠକାମିର ଶିକାର ହୋଇଥିବା ଜାଣି ପୁଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ କେସ୍ ନଂ ୫୩ ଅନୁସାରେ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ କରାଯିବ ବୋଲି ଥାନା ଅଧିକାରୀ ସନ୍ତୋଷ କୁମାର ଜେନା କହିଛନ୍ତି। ଏହି ଗ୍ୟାଙ୍ଗ ବିଭିନ୍ନ ଘରକୁ ଯୋଜନାବଦ୍ଧ ଭାବେ ଟାର୍ଗେଟ କରି ଟଙ୍କା ଲୁଟୁଥିବା ଜଣାପଡ଼ିଛି।



from ଜିଲ୍ଲା – Sambad https://ift.tt/2GxJdly

Post a Comment

0Comments
Post a Comment (0)