ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ପୁଣି ପଥର ମାଡ଼

zisanmohammad
0

ନୂଆଦିଲ୍ଲୀ : ସମ୍ପୂର୍ଣ୍ଣ ସ୍ବଦେଶୀ ନିର୍ମିତ ଦେଶର ସବୁଠୁ ଦ୍ରୁତଗାଗୀ ଟ୍ରେନ୍‌ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଆଜି ପୁଣି ଥରେ ପଥର ମାଡ଼ର ଶିକାର ହୋଇଛି। ୨ ମାସ ମଧ୍ୟରେ ବନ୍ଦେ ଭାରତ ଏକ୍ସ‌ପ୍ରେସ୍‌କୁ ୩ ଥର ଆକ୍ରମଣ ହୋଇଥିବାରୁ ସୁରକ୍ଷା ପାଇଁ ଏବେ କେତେକ କଠୋର ପଦକ୍ଷେପ ଗ୍ରହଣ କରାଯାଉଛି । ଗତ ୧୭ ତାରିଖରେ ଶୁଭାରମ୍ଭ ହୋଇଥିବା ଏହି ଟ୍ରେନ୍‌ଟି ଆଜି ତୁଣ୍ଡିଆ ଜଙ୍କସନ୍‌ ଅତିକ୍ରମ କରୁଥିବାବେଳେ ‌ଟ୍ରେନ୍‌ ଉପରକୁ ପଥର ମାଡ଼ ହୋଇଥିଲା। ଉତ୍ତର ରେଳବାଇର ମୁଖପାତ୍ର ଦୀପକ କୁମାର କହିଛନ୍ତି ଯେ ଆଜି ତୃତୀୟ ଥର ପାଇଁ ଟ୍ରେନ୍‌ଟି ଯାତ୍ରା ଆରମ୍ଭ କରିଥିବାବେଳେ ଏହା ଉପରକୁ ପଥର ମାଡ଼ ହୋଇଛି। ଉଲ୍ଲେଖଯୋଗ୍ୟ ଗତବର୍ଷ ଡିସେମ୍ବରରେ ଟ୍ରେନ୍‌ର ପରୀକ୍ଷାମୂଳକ ଚଳାଚଳ ସମୟରେ ମଧ୍ୟ ଏହି ଟ୍ରେନ୍‌କୁ ପଥର ମାଡ଼ ହୋଇଥିଲା।



from ଦେଶ- ବିଦେଶ – Sambad https://ift.tt/2V6oc4I

Post a Comment

0Comments
Post a Comment (0)