ସହିଦ ଯବାନଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ହାତରୁ ଚୁଡ଼ି ଖୋଲି ବିକିଦେଲେ ସ୍କୁଲ୍‌ ପ୍ରିନ୍ସିପାଲ୍‌

zisanmohammad
0

ବରେଲି: ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନ ପରିବାରକୁ ବିଭିନ୍ନ ଆଡୁ ସହାୟତା ମିଳୁଥିବା ବେଳେ ଉତ୍ତରପ୍ରଦେଶସ୍ଥିତ ବରେଲି ଜିଲ୍ଳାର ଜଣେ ସ୍କୁଲ୍‌ ପ୍ରିନ୍ସିପାଲ୍‌ଙ୍କ ବଦାନ୍ୟତା ଏବେ ବେଶ୍‌ ଚର୍ଚ୍ଚା ପାଲଟିଛି। ବରେଲିର ଏହି ସ୍କୁଲ୍‌ ପ୍ରିନ୍ସିପାଲ୍‌ ଜଣକ ସହିଦ ଯବାନଙ୍କ ପରିବାର ଲୋକଙ୍କୁ ସହାୟତା ରାଶି ଦେବା ପାଇଁ ନିଜ ହାତରୁ ଚୁଡ଼ି ଖୋଲି ବିକ୍ରି କରି ଦେଇଥିବା ଜାଣିବାକୁ ମିଳିଛି। ଚୁଡ଼ି ବିିକିବା ପରେ ଯବାନଙ୍କ ପରିବାରକୁ ସେ ୧.୩ ଲକ୍ଷ ଟଙ୍କା ଦାନ କରିଛନ୍ତି।

ଏହି ସହୃଦୟା ପ୍ରିନ୍ସିପାଲ୍‌ ହେଉଛନ୍ତି କିରଣ ଜଗଓ୍ଵାଲ୍‌। ସେ କେଉଁ ପରିସ୍ଥିତିରେ ଏପରି ଏକ କଥା ଚିନ୍ତା କଲେ ବୋଲି ପଚରା ଯିବାରୁ କିରଣ କହନ୍ତି, ‘ମୁଁ ଯେତେବେଳେ ଦେଖିଲି ଯବାନଙ୍କ ପତ୍ନୀମାନେ କାନ୍ଦୁଛନ୍ତି, ମୋ ମୁଣ୍ଡରେ ସେତେବେଳେ ଭାବନା ପଶିଲା ଯେ ମୁଁ ସେମାନଙ୍କ ପାଇଁ କଣ କରିପାରିବି? ଏହି ପରିସ୍ଥିିତିରେ ଲୋକମାନେ ସାହାଯ୍ୟ କରିବା ପାଇଁ ଆଗକୁ ଆସିବା ଉଚିତ।’

ଉଲ୍ଲେଖଯୋଗ୍ୟ, ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ଇତି ମଧ୍ୟରେ ବିଭିନ୍ନ ଆଡୁ ସହାୟତା ମିଳିସାରିଛି। ସରକାରଙ୍କଠାରୁ ନେଇ ସେଲିବ୍ରେଟି ଓ ସାଧାରଣ ଲୋକ ସମସ୍ତେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗଭର ହୋଇଛନ୍ତି।



from ଦେଶ- ବିଦେଶ – Sambad https://ift.tt/2Isv5fe

Post a Comment

0Comments
Post a Comment (0)