ଜମ୍ମୁ-କଶ୍ମୀର: ଏନ୍‌କାଉଣ୍ଟର୍‌ରେ ଜଣେ ଆତଙ୍କବାଦୀ ନିହତ

zisanmohammad
0

ଶ୍ରୀନଗର: ଜମ୍ମୁ-କଶ୍ମୀରଠାରେ ଶୁକ୍ରବାର ସୁରକ୍ଷା ବଳ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟ ସମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି। ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଗୁରୁବାର ବିଳମ୍ବିତ ରାତିରୁ ଉତ୍ତର କଶ୍ମୀରସ୍ଥିତ ବରମୁଲା ଜିଲ୍ଳାର ସୋପୋରେର ଓ୍ଵାରପରା ଗାଁରେ ଏନ୍‌କାଉଣ୍ଟର୍‌ ଆରମ୍ଭ ହୋଇଥିଲା। ୨ରୁ ଅଧିକ ଆତଙ୍କବାଦୀଙ୍କୁ ଧରାଯିବ ବୋଲି ଆଶା ରହିଥିଲା। ଏହି ଏନ୍‌କାଉଣ୍ଟର୍‌ ଏବେ ବି ଜାରି ରହିଛି। ସୁରକ୍ଷା ବଳ ପକ୍ଷରୁ ଚାରି ଆଡୁ ଲୁଚି ରହିଥିବା ଆତଙ୍କବାଦୀମାନଙ୍କ ଘେରଉ କରାଯିବା ପରେ ଆତଙ୍କବାଦୀମାନେ ଗୁଳି ଚାଳନା କରିଥିଲେ ବୋଲି ସୂଚନା ରହିଛି।

ଜମ୍ମୁ-କଶ୍ମୀରର ପୁଲଓ୍ଵାମାଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ ଯବାନ ସହିଦ ହେବାର ମାତ୍ର ୧ ସପ୍ତାହ ମଧ୍ୟରେ ଏହି ଏନ୍‌କାଉଣ୍ଟର୍‌ ହୋଇଛି। ଏହି ଏନ୍‌କାଉଣ୍ଟର୍‌ ସମୟରେ ସୋପୋରେ ଓ ଆଖପାଖ ଅଞ୍ଚଳରେ ମୋବାଇଲ୍‌ ଇଣ୍ଟର୍‌ନେଟ୍‌ ସେବାକୁ ଅଧିକାରୀ ବନ୍ଦ କରି ଦେଇଛନ୍ତି। କାନୁନ ମାନି ଚଳିବା ପାଇଁ ସହରରେ କଟକଣା ଜାରି କରାଯାଇଛି। ଉଲ୍ଳେଖଯେଗ୍ୟେ, ନିକଟରେ ସୁରକ୍ଷା ବଳ ପକ୍ଷରୁ ହୋଇଥିବା ଏନ୍‌କାଉଣ୍ଟର୍‌ରେ ପୁଲଓ୍ଵାମା ଆକ୍ରମଣର ମାଷ୍ଟର୍‌ମାଇଣ୍ଡ୍‌ ଜୈଶ-ଇ-ମହମ୍ମଦର ଆତଙ୍କବାଦୀକୁ ଗୁଳି କରି ହତ୍ୟା କରାଯାଇଥିଲା।



from ଦେଶ- ବିଦେଶ – Sambad https://ift.tt/2T8AgF9

Post a Comment

0Comments
Post a Comment (0)