ଜାତୀୟ ବାଳକ ହକି, ଉତ୍ତର ପ୍ରଦେଶ ସହ ପଏଣ୍ଟ୍‌ ବାଣ୍ଟିଲା ଗାଙ୍ଗ୍‌ପୁର-ଓଡ଼ିଶା

zisanmohammad
0

ଭୁବନେଶ୍ବର: ମହାରାଷ୍ଟ୍ରର ଔରଙ୍ଗାବାଦ୍‌ରେ ଚାଲିଥିବା ନବମ ଜାତୀୟ ବାଳକ (ଉପକନିଷ୍ଠ) ହକି ପ୍ରତିଯୋଗିତା (ଡିଭିଜନ୍‌-ଏ)ରେ ବୁଧବାର ଗାଙ୍ଗ୍‌ପୁର-ଓଡ଼ିଶା ଦଳ ଉତ୍ତର ପ୍ରଦେଶ ସହ ପଏଣ୍ଟ୍‌ ବାଣ୍ଟିଛି। ପୁଲ୍‌-ସି’ର ଏହି ମ୍ୟାଚ୍‌ ୨-୨ ଗୋଲ୍‌ରେ ଅମୀମାଂସିତ ରହିଥିଲା। ଏଥି ସହିତ ଉଭୟ ଦଳ ମଧ୍ୟ ୫ ପଏଣ୍ଟ୍‌ ଲେଖାଏଁ ସହ ଏବେ ପୁଲ୍‌ର ଯଥାକ୍ରମେ ତୃତୀୟ ଓ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ବୁଧବାର ମ୍ୟାଚ୍‌ରେ ଉତ୍ତମ ସିଂହ (୮ ମିନିଟ) ପ୍ରଥମ ଗୋଲ୍‌ କରି ଉତ୍ତର ପ୍ରଦେଶକୁ ଅଗ୍ରଣୀ ଦେଇଥିଲେ। ହେଲେ ୨୪ ମିନିଟ୍‌ରେ ଆଲ୍‌ବର୍ଟ ଟେଟେଙ୍କ ଗୋଲ୍‌ ଗାଙ୍ଗ୍‌ପୁର ଦଳର ସ୍ଥିତି ସମାନ କରିଦେଇଥିଲା। ଏହାପରେ ୪୪ ମିନିଟ୍‌ରେ ସୁଦୀପ ଚିର୍ମାର୍କୋ ଚମତ୍କାର ଢଙ୍ଗରେ ଗୋଲ୍‌ କରି ଗାଙ୍ଗ୍‌ପୁର ଦଳକୁ ୨-୧ର ଅଗ୍ରଣୀ ଦେଇଥିଲେ। କିନ୍ତୁ ଶେଷ କ୍ଷଣ ପର୍ଯ୍ୟନ୍ତ ଏହାକୁ ବଜାୟ ରଖିପାରିନଥିଲା। ୫୯ ମିନିଟ୍‌ରେ ସାହବାଜ୍‌ ଖାନ୍‌ ଗୋଟିଏ ଗୋଲ୍‌ କରି ଉତ୍ତର ପ୍ରଦେଶ ସ୍ଥିତି ସମାନ କରିବା ସହିତ ଗାଙ୍ଗ୍‌ପୁରକୁ ବିଜୟରୁ ବଞ୍ଚିତ କରିଥିଲେ। ୨୨ ତାରିଖ ଦିନ ପରବର୍ତୀ ମ୍ୟାଚ୍‌ରେ ଗାଙ୍ଗ୍‌ପୁର ଦଳ କର୍ଣ୍ଣାଟକୁ ଭେଟିବ।



from ଖେଳ – Sambad https://ift.tt/2SN6SVP

Post a Comment

0Comments
Post a Comment (0)