ରୋହତକ୍ : ଚାରି ବର୍ଷୀୟା ନାବାଳିକାକୁ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ର ଦୁଷ୍କର୍ମ କରିବା ମାମଲାରେ ଅଭିଯୁକ୍ତ ନାବାଳକକୁ ଜାମିନ ଦେବାକୁ ମନା କରି ଦେଇଛନ୍ତି ନ୍ୟାୟାଳୟ। ପ୍ରାୟ ଦୁଇ ସପ୍ତାହ ତଳେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ର ଅନ୍ୟ ଦୁଇଜଣ ନାବାଳକଙ୍କ ସହିତ ମିଶି ଚାରି ବର୍ଷୀୟା ନାବାଳିକା ସହ ତା’ର ଘର ପାଖରେ ଥିବା ଏକ ଘରେ ଦୁଷ୍କର୍ମ କରିଥିଲେ। ଅନ୍ୟ ଦୁଇ ଅଭିଯୁକ୍ତଙ୍କ ବୟସ ୧୩ ବର୍ଷ ଓ ୧୪ ବର୍ଷ।
ଅଭିଯୁକ୍ତ ଚତୁର୍ଥ ବର୍ଷ ଶ୍ରେଣୀର ଛାତ୍ରପକ୍ଷରୁ ମକଦ୍ଦମା ଲଢୁଥିବା ଆଇନଜୀବୀ ଯୁକ୍ତି ଦର୍ଶାଇଥିଲେ ଯେ ନାବାଳକ ଜଣକ ଦୁଷ୍କର୍ମ କରି ନପାରେ। କିନ୍ତୁ ନ୍ୟାୟାଳୟ ଏହି ଯୁକ୍ତିକୁ ଗ୍ରହଣ କରିଲେ ନାହିଁ । ଏଠାରେ ସୂଚନାଯୋଗ୍ୟ ଯେ ତିନି ଅଭିଯୁକ୍ତ ନାବାଳକଙ୍କୁ ଏହି ମାମଲାରେ ଗିରଫ କରାଯିବା ପରେ କୋରଷ୍ଟଲ୍ ଜେଲକୁ ପଠାଇ ଦିଆଯାଇଥିଲା। ସେମାନଙ୍କ ବିରୁଦ୍ଧରେ ଆଇ ପି ସି ଧାରା ୩୨୩, ୩୭୬ଡିବି ଓ ଅନୁଯାୟୀ ମାମଲା ରୁଜ୍ଜୁ ହୋଇଥିଲା।
from ଅପରାଧ – Sambad https://ift.tt/2T5BEZb