
ନୂଆଦିଲ୍ଲୀ:ପଶ୍ଚିମ ଦିଲ୍ଲୀର କୀର୍ତ୍ତିନଗର ଅଞ୍ଚଳର ବୁଧବାର ସକାଳେ ପୁଲିସକୁ ୩୪ ଲକ୍ଷ ଟଙ୍କାର ଲୁଟ୍ର ଖବର ମିଳିଥିଲା। ପୁଲିସକୁ ଯେଉଁ ବ୍ୟକ୍ତି ଫୋନ୍ଯୋଗେ ଏସଂପର୍କରେ ସୂଚନା ଦେଇଥିଲେ,ସେ କହିଥିଲେ ଯେ ବାଇକରେ ଯାଉଥିବା ଦୁଇଜଣ ଅସମାଜିକ ଲୋକ ଠିକଣା ପଚାରିବା ଆଳରେ ଆଖିରେ ଲଙ୍କାଗୁଣ୍ଡ ପକାଇ ତାଙ୍କ ହାତରୁ ୩୪ ଲକ୍ଷ ଟଙ୍କାର ବ୍ୟାଗ୍ ଲୁଟି ନେଇ ଫେରାର୍ ହୋଇଥିଲେ। ତଦନ୍ତ ପରେ ଏହା ମିଛ ମାମଲା ବୋଲି ଜଣାପଡିଲା।
ମାମଲାର ତଦନ୍ତକାରୀ ଅଧିକାରୀ ଡିସିପି ମୋନିକା ଭରଦ୍ୱାଜ କହିଛନ୍ତି ଯେ କୀର୍ତ୍ତି ନଗରରେ ରହୁଥିବା ବିନୟ (୪୬) ଏହି କଲ୍ କରିଥିଲେ। ତାଙ୍କର କରୋଲବାଗ୍ରେ ଲେଦର ବ୍ୟବସାୟ ଥିଲା। ସେ ମିଛ କଲ୍ କରିଥିଲେ। ଏହି ୩୪ ଲକ୍ଷ ଟଙ୍କା ବିନୟ ତାଙ୍କର ସାଙ୍ଗ ପଙ୍କଜ ଅରୋରାଙ୍କର ଥିଲା। ପଙ୍କଜ କୌଣସି କାମରେ ବାହାଦୁରଗଡ ଯାଉଥିବା ହେତୁ ପେମେଣ୍ଟ୍ କରିବା ଲାଗି ସେ ବିନୟଙ୍କୁ ୩୪ ଲକ୍ଷ ଟଙ୍କା ଦେଇଥିଲେ। ଏତେ ପରିମାଣର ଟଙ୍କା ଦେଖି ବିନୟଙ୍କର ଲୋଭ ହେଲା ଓ ସେ ପୁଲିସକୁ ମିଛ କଲ୍ କରି ଟଙ୍କା ଲୁଟିବାର ଯୋଜନା କରିଥିଲେ କିନ୍ତୁ ସଫଳ ହୋଇ ନଥିଲେ।
from ଅପରାଧ – Sambad https://ift.tt/2ItLm3u