ଫେଡେରେସନ୍ କପ୍ ଥ୍ରୋ ବଲ୍ ଲାଗି ଓଡ଼ିଶା ଦଳ

zisanmohammad
0

ଭୁବନେଶ୍ବର: ହରିଆଣାର ରୋହତକଠାରେ ଚଳିତ ମାସ ୨୩ରୁ ୨୫ ତାରିଖ ତିନି ଦିନ ଧରି ଆୟୋଜିତ ହେବାକୁ ଥିବା ଫେଡେ‌ରେସନ୍ କପ୍ ବରିଷ୍ଠ ଥ୍ରୋବଲ୍ ପ୍ରତିଯୋଗିତା ଲାଗି ଓଡ଼ିଶା ଦଳ ବୁଧବାର ସେଠାକୁ ଯାତ୍ରା କରିଛି। ଓଡ଼ିଶା ଦଳରେ ୧୪ ଜଣ ଲେଖାଏଁ ପୁରୁଷ ଓ ମହିଳା ଖେଳାଳି ଅଛନ୍ତି। ଉଭୟ ଦଳର ଦୁଇ ଜଣ ଲେଖାଏଁ ପ୍ରଶିକ୍ଷକ ଓ ପ୍ରବନ୍ଧକ ମିଶାଇ ‌ମୋଟ ୩୨ ଜଣ ରୋହତକ ଯାଇଛନ୍ତି। ଦଳରେ ସ୍ଥାନ ପାଇଥିବା ଖେଳାଳିମା‌ନେ ହେଲେ ମହିଳା: ନିବେଦିତା ପ୍ରଧାନ, ନିର୍ଲିପ୍ତା ବାରିକ, ଦିପ୍ତିମୟୀ ସାହୁ, ଏ ରାଜେଶ୍ବରୀ, ଏ ବୁନି, ଶୁଭସ୍ମିତା‌ ଜେନା, ଅଞ୍ଜଳି ଏକ୍କା, ମମତା ସିଂହ, ଅସୀମା ବେହେରା, ମଧୁସ୍ମିତା ସାହୁ, ଭାଗ୍ୟଶ୍ରୀ ଦଣ୍ଡସେନା, ଅହଲ୍ୟା ସିଂହ, ଶୁଭସ୍ମିତା ସାହୁ ଓ ଶୁଭଦ୍ରା ମହାନ୍ତି। ପ୍ରବନ୍ଧକ-ନିବେଦିତା ନାୟକ। ପ୍ରଶିକ୍ଷକ-ସତିକାନ୍ତ ପଟ୍ଟନାୟକ। ପୁରୁଷ- ଶୁଭମ ନାୟକ, ଉମେଶ କୁମାର ବଳିଆରସିଂହ, ସନ୍ତୋଷ କୁମାର ମହାପାତ୍ର, ଆର ବୁଲୁ ରେଡ୍ଡୀ, ସତ୍ୟଜିତ ଚମ୍ପତି, ପ୍ରତ୍ୟୁଷ କୁମାର ପ୍ରଧାନ, ରତିକାନ୍ତ ପଟ୍ଟନାୟକ, ରାଜା ସିଂହ, ଆଶୁତୋଷ ନାୟକ, ସୁଶୀଲ କୁମାର ବେହେରା, କ୍ଷିରୋଦ କୁମାର ହାତୀ, ସୁବାଷ ଜେନା, ଶୁଭକାନ୍ତ ଭୋଇ, ସଂଗ୍ରାମ କେଶରୀ ହରିଚନ୍ଦନ। ପ୍ରବନ୍ଧକ- ଦେବାଶିଷ ସ୍ବାଇଁ। ପ୍ରଶିକ୍ଷକ-ରାଜେଶ କୁମାର। ଦଳ ସହ ଓଡ଼ିଶା ଥ୍ରୋ ବଲ୍ ସଂଘର ସଂପାଦକ ଜିତେନ୍ଦ୍ର ନାଥ ଦାସ ମଧ୍ୟ ରୋହତକ ଯାଇଥିବା ସହ ସଂପାଦକ ଯଶୋବନ୍ତ ପରମଗୁରୁ ପ୍ରକାଶ କରିଛନ୍ତି। ସଂଘର ସଭାପତି ଭୂପିନ୍ଦର ସିଂହ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।



from ଖେଳ – Sambad https://ift.tt/2DZ8emb

Post a Comment

0Comments
Post a Comment (0)