ଖ୍ୟାତନାମା ପ୍ରଯୋଜକ ରାଜ କୁମାର ବଡଜାତ୍ୟାଙ୍କ ପରଲୋକ

zisanmohammad
0

ମୁମ୍ବାଇ:ବଲିଉଡର ଖ୍ୟାତନାମା ପ୍ରଯୋଜକ ରାଜ କୁମାର ବଡଜାତ୍ୟା ଆଜି ସକାଳେ ପ୍ରାୟ ୧୦ଟା ବେଳେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାଯାଇଛି। ରାଜକୁମାର ବଡଜାତ୍ୟାଙ୍କ ମୁମ୍ବାଇର ରିଲାଏନ୍ସ ହୃକିସୋନ୍ ଦାସ ହସିପିଟାଲରେ ପରଲୋକ ହୋଇଥିବା ଜଣାଯାଇଛି।ରାଜ କୁମାର ବଡଜାତ୍ୟାଙ୍କ ପତ୍ନୀ ଜୀବିତ ଅଛନ୍ତି। ରାଜ କୁମାର ବଡଜାତ୍ୟା ହେଉଛନ୍ତି ସୁପ୍ରସିଦ୍ଧ ପ୍ରଯୋଜନା ସଂସ୍ଥା ରାଜଶ୍ରୀ ପ୍ରଡକ୍ସନ୍ସର ପ୍ରତିଷ୍ଠାତା ତାରାଚନ୍ଦ ବଡଜାତ୍ୟାଙ୍କ ସୁପୁତ୍ର ତଥା ଜଣାଶୁଣା ନିର୍ମାତା-ନିର୍ଦ୍ଦେଶକ ସୂରଜ ଆର ବଡଜାତ୍ୟାଙ୍କ ପିତା।

ରାଜକୁମାର ବଡଜାତ୍ୟା ପ୍ରଥମେ ପିତା ତାରାଚନ୍ଦ ବଡଜାତ୍ୟାଙ୍କ ସହ ମିଶି ଫିଲ୍ମ ନିର୍ମାଣ କରୁଥିଲେ। ସେ ମୈନେ ପ୍ୟାର୍‌ କିୟା, ହମ୍‌ ଆପ୍‌କେ ହେ କୌନ୍‌, ବିବାହ , ପ୍ରେମ ରତନ ଧନ୍‌ ପାୟୋ ଏବଂ ହମଚାର୍‌ ଆଦି ସିନେମାରେ ନିର୍ମାତା ଥିଲେ। ରାଜକୁମାର ବଡଜାତ୍ୟା ହିଁ ସୁପରଷ୍ଟାର୍‌ ସଲମାନ୍‌ ଖାନଙ୍କୁ ମୈନେ ପ୍ୟାର୍‌ କିୟା ଫିଲ୍ମରେ ବ୍ରେକ୍‌ ଦେଇଥିଲେ। ତାଙ୍କର ଶେଷ ସିନେମା ହମଚାର୍‌ ଗତ ୧୫ ତାରିଖରେ ରିଲିଜ୍‌ ହୋଇଥିଲା। ରାଜକୁମାର ବଡଜାତ୍ୟାଙ୍କ ଆକସ୍ମିକ ମୃତ୍ୟୁରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି।



from ମନୋରଞ୍ଜନ – Sambad https://ift.tt/2TcStRY

Post a Comment

0Comments
Post a Comment (0)