ଅକ୍ଷୟ କୁମାରଙ୍କ ସହ ରିତିକ ରୋଶନ୍‌- ଟାଇଗରଙ୍କ ଟକ୍‌କର !

zisanmohammad
0

ମୁମ୍ବାଇ: ଚଳିତ ବର୍ଷ ଦୀପାବଳି ଅବସରରେ କେବଳ ଗୋଟିଏ ଫିଲ୍ମ ରିଲିଜ୍‌ ହେବ ବୋଲି ଚର୍ଚ୍ଚା ହେଉଥିଲା। ଏହି ସିନେମା ହେଲା ‘ହାଉସଫୁଲ-୪’ । ସାଜିଦ୍‌ ନାଡିଆଡଓ୍ଵାଲଙ୍କ ପ୍ରଯୋଜିତ ଏହି ସିନେମାରେ ଅକ୍ଷୟ କୁମାର,ରିତେଶ ଦେଶମୁଖ,ବବି ଦେଓଲ୍‌, କ୍ରିତି ସାନନ୍‌, କ୍ରିତି ଖରବନ୍ଦା ଓ ପୂଜା ହେଗଡେ ପ୍ରମୁଖ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ଏହାର ବଜେଟ୍‌ ୨୦୦ କୋଟି ଟଙ୍କା ବୋଲି କୁହାଯାଉଛି।
କିନ୍ତୁ ଏବେ ‘ହାଉସଫୁଲ୍‌-୪’କୁ ଟକ୍‌କର ଦେବ ଅନ୍ୟ ଏକ ବିଗ୍‌ ବଜେଟ୍‌ ଆକ୍‌ସନ୍‌ ଫିଲ୍ମ।

 

ଏଠାରେ ଯେଉଁ ଆକସନ୍‌ ଫିଲ୍ମ କଥା କୁହାଯାଉଛି,ସେଥିରେ ସୁପରଷ୍ଟାର ରିତିକ ରୋଶନ୍‌ ଓ ଆକସନ୍‌ ଷ୍ଟାର ଟାଇଗର୍‌ ଶ୍ରଫ୍‌ଙ୍କୁ ପ୍ରଥମ ଥର ପାଇଁ ଦେଖିବାକୁ ମିଳିବ। ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ଆନନ୍ଦ। ପ୍ରଥମେ ଏହି ଫିଲ୍ମକୁ ଅକ୍ଟୋବର ୨ ତାରିଖରେ ରିଲିଜ୍‌ କରିବା ଲାଗି ଯୋଜନା କରିଥିଲେ ନିର୍ମାତା ଆଦିତ୍ୟ ଚୋପ୍ରା। ହେଲେ ଏହି ସିନେମାଟି ଦଓ୍ଵାଲିରେ ରିଲିଜ୍‌ ହେବ ବୋଲି କୁହାଯାଉଛି। ଏହାର ବଜେଟ୍‌ ମଧ୍ୟ ୨୦୦ କୋଟି ବୋଲି କୁହାଯାଇଛି। ଯଦି ଏହା ସତ ହୁଏ,ତେବେ ପୁଣିଥରେ ଅକ୍ଷୟ କୁମାର ଓ ରିତିକ ରୋଶନ୍‌ ଆମ୍‌ନେ-ସାମ୍‌ନେ ହେବେ।



from ମନୋରଞ୍ଜନ – Sambad https://ift.tt/2TZyu6F

Post a Comment

0Comments
Post a Comment (0)