ବିଏସ୍‌ଏନ୍‌ଏଲ୍‌ର ବଡ଼ ଉପହାର, ଗ୍ରାହକଙ୍କୁ ୩୪୯ ଟଙ୍କା ପ୍ଲାନ୍‌ରେ ପ୍ରତିଦିନ ମିଳିବ ୩.୨ଜିବି ଡାଟା

zisanmohammad
0

ନୂଆଦିଲ୍ଳୀ: ଟେଲିକମ୍‌ କମ୍ପାନି ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସ୍‌ଏନ୍‌ଏଲ୍‌) ନିଜର ପପୁଲର ୩୪୯ଟଙ୍କାର ପ୍ଲାନ୍‌କୁ ରିଭାଇଜ କରି ଦେଇଛି। ଏହା ଜରିଆରେ କେବଳ ନା ବ୍ୟବହାରକାରୀଙ୍କୁ ଅଧିକ ଡାଟା ମିଳିବ ତାହା ନୁହେଁ ପ୍ଲାନ୍‌ର ବୈଧତାକୁ ବି ବୃଦ୍ଧି କରି ଦିଆଯାଇଛି।

କମ୍ପାନି ୩୪୯ଟଙ୍କାର ପ୍ରିପେଡ୍‌ ପ୍ଲାନ୍‌ର ଭେଲିଡିଟି ୫୪ଦିନ ବୃଦ୍ଧି କରି ୬୪ଦିନ କରି ଦେଇଛି। ଅର୍ଥାତ୍‌ ବିଏସ୍‌ଏନ୍‌ଏଲ୍‌ ର ବ୍ୟବହାରକାରୀ ୧୦ଦିନ ଅତିରିକ୍ତ କମ୍ପାନି ସେବାର ଲାଭ ଉଠାଇ ପାରିବେ। କେବଳ ଏତିକି ନୁହେଁ ଏହି ପ୍ଲାନ୍‌ ଜରିଆରେ ଗ୍ରାହକଙ୍କୁ ୧ଜିବି ଡାଟା ବଦଳରେ ପ୍ରତିଦିନ ୩.୨ଜିବି ଡାଟା ମିଳିବ।

କମ୍ପାନି ରିଲାଏନ୍ସ ଜିଓର ଧମାକାଦାର ପ୍ରବେଶ ପରେ ୨୦୧୬ରେ ୩୪୯ ଟଙ୍କାର ପ୍ଲାନ୍‌ ପ୍ରିପେଡ୍‌ ପ୍ଲାନ୍‌ ଲଞ୍ଚ କରିଥିଲା। ପ୍ରାରମ୍ଭିକ ସମୟରେ କମ୍ପାନି ଏହି ପ୍ଲାନ୍‌କୁ ୭୦ଦିନ ଭେଲିଡିଟି ସହିତ ଲଞ୍ଚ କରିଥିଲା। କିନ୍ତୁ ପରେ ଏହା ହ୍ରାସ ପାଇ ୫୪ଦିନ ପାଇଁ କରାଯାଇଥିଲା। ବିଏସ୍‌ଏନ୍‌ଏଲ ଏହି ପ୍ଲାନ୍‌ ଗ୍ରାହକଙ୍କୁ ଅସୀମିତ ଭଏସ୍‌ କଲ, ପ୍ରତିଦିନ ୧୦୦ଏସ୍‌ଏମ୍‌ଏସ୍‌ ବ୍ୟତୀତ ପ୍ରତିଦିନ ୧ଜିବି ଡାଟା ଦେଉଥିଲା। କମ୍ପାନି ଏହାର ଭେଲିଡିଟିକୁ ୬୪ଦିନ ବୃଦ୍ଧି କରି ଦେଇଛି।



from ବାଣିଜ୍ୟ – Sambad https://ift.tt/2tvHIfb

Post a Comment

0Comments
Post a Comment (0)