ଆନ୍ଧ୍ରପ୍ରଦେଶ ଓ କେରଳରେ ଏ ଦୁଇ ଦଳ ସହ ମେଣ୍ଟ କରିବ !

zisanmohammad
0

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଜେଡିୟୁ,ଶିବସେନା ଓ ଏଆଇଡିଏମ୍‌କେ ସହ ମେଣ୍ଟ କରିବାରେ ସଫଳ ହୋଇଛି। ଏବେ ଭାଜପା ଦକ୍ଷିଣ ଭାରତର ଦୁଇଟି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଆନ୍ଧ୍ର ପ୍ରଦେଶ ଓ କେରଳରେ ବି ସହଯୋଗୀ ଖୋଜୁଛି,ଯେଉଁ ଦଳ ସହ ମେଣ୍ଟ କରି ଲୋକସଭା ନିର୍ବାଚନ ଲଢିବାକୁ ଚାହୁଁଛି। ଭାରତୀୟ ଜନତା ପାର୍ଟିର କେରଳ ଶାଖା ସଂପ୍ରତି ଭାରତୀୟ ଧର୍ମ ଜନ ସେନାସହିତ ମେଣ୍ଟ ପାଇଁ କଥାବାର୍ତ୍ତା ଜାରି ରହିଛି। ଦଳ ପକ୍ଷରୁ ମିଳିଥିବା

ସୂଚନା ଅନୁଯାୟୀ ଏହି ଦଳ ସହ ମେଣ୍ଟକରି ଭାଜପା ୮ଟି ଓ ଭାରତୀୟ ଧର୍ମ ଜନ ସେନା ୧୨ଟି ଆସନରୁ ନିର୍ବାଚନ ଲଢିବ। ଠିକ୍‌ ସେହିପରି ଆନ୍ଧ୍ର ପ୍ରଦେଶରେ ଜଣାଶୁଣା ନେତା-ରାଜନେତା ପବନ କଲ୍ୟାଣଙ୍କ ଜନସେନା ସହିତ ମେଣ୍ଟ କରିବାକୁ ଚାହୁଁଛି। କିନ୍ତୁ ଏ ଯାଏଁ ପବନ କଲ୍ୟାଣ ଏ ସଂପର୍କରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ତେବେ ପଞ୍ଜାବରେ ଅକାଳୀ ଦଳ ସହିତ ଭାଜପା ମେଣ୍ଟ ଜାରି ରଖିବ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି।



from ଦେଶ- ବିଦେଶ – Sambad https://ift.tt/2Emis19

Post a Comment

0Comments
Post a Comment (0)