ରାଫେଲ୍‌ ରାୟ ସମୀକ୍ଷା ନିମେନ୍ତ ଆଗତ ପିଟିସନ୍‌ର ଶୁଣାଣି ଲାଗି ରାଜି ହେଲେ ସୁପ୍ରିମ୍‌ କୋର୍ଟ

zisanmohammad
0

ନୂଆଦିଲ୍ଲୀ: ହାଇ-ପ୍ରୋଫାଇଲ୍‌ ରାଫେଲ୍‌ ମାମଲାରେ ଶୁଣାଇଥିବା ରାୟର ସମୀକ୍ଷା କରିବାକୁ ଆଗତ ପିଟିସନ୍‌ର ଶୁଣାଣି କରିବାକୁ ଗୁରୁବାର ଦିନ ସୁପ୍ରିମ୍‌ କୋର୍ଟ ରାଜି ହୋଇଛନ୍ତି।

ଏହି ମାମଲା ସଂକ୍ରାନ୍ତରେ ମୁଦା ଲଫାପା ମଧ୍ୟରେ ମିଥ୍ୟା ଏବଂ ବିଭ୍ରାନ୍ତିକର ସୂଚନା ଦେଇଥିବା କେନ୍ଦ୍ର ସରକାରୀ ଅଧିକାରୀଙ୍କ ବିରୋଧରେ ପର୍‌ଜୁରି ପ୍ରୋସିଡିଙ୍ଗ୍‌ ଆରମ୍ଭ କରିବାକୁ ଦାବି କରି ସାମାଜିକ କର୍ମୀ ଓ ଓକିଲ ପ୍ରଶାନ୍ତ ଭୂଷଣ ସୋମବାର ଦିନ ସୁପ୍ରିମ୍‌ କୋର୍ଟରେ ଅଭିଯୋଗ କରିଥିଲେ।

ବୁଧବାର ଦିନ ଡାସଲ୍‌ଟ୍‌ ଆଭିଏସନ୍‌ର ସିଇଓ ଏରିକ୍‌ ଟ୍ରେପିୟର୍‌ କହିଛନ୍ତି କି, ୩୬ ରାଫେଲ୍‌ ଲଢୁଆ ବିମାନ କିଣା ରାଜିନାମାରେ କୌଣସି ଦୁର୍ନୀତି ହୋଇନାହିଁ।

ସେ କହନ୍ତି: ରାଫେଲ୍‌ ଚୁକ୍ତିରେ କୌଣସି ଦୁର୍ନୀତି ହୋଇନାହିଁ। ଆମେ ୩୬ଟି ବିମାନ ଯୋଗାଇ ଦେବାକୁ ଯାଉଛି। ଯଦି ଭାରତ ସରକାରଙ୍କର ଆଉ ବିମାନ ଦରକାର ହୁଏ ଆମେ ଆନନ୍ଦରେ ଯୋଗାଇ ଦେବୁ।

ବିରୋଧୀ କଂଗ୍ରେସ ପାର୍ଟି ଦୁର୍ନୀତି ଅଭିଯୋଗ ଆଣିବାରୁ ଫରାସୀ କମ୍ପାନି ଡାସଲ୍‌ଟ୍‌ରୁ ୩୬ଟି ରାଫେଲ୍‌ ଫାଇଟର୍‌ ଜେଟ୍‌ ଖରିଦ କରିବାକୁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ଏବେ ବିବାଦୀୟ ରାଜନୈତିକ ମାମଲା ପାଲଟି ଯାଇଛି।



from ଦେଶ- ବିଦେଶ – Sambad https://ift.tt/2VbauO8

Post a Comment

0Comments
Post a Comment (0)