
ନୂଆଦିଲ୍ଲୀ: ବାଂଲାଦେଶ ରାଜଧାନୀ ଢାକାର ପୁରାତନ ପ୍ରାନ୍ତରେ ଥିବା ଅନ୍ୟୂନ ପାଞ୍ଚଟି କୋଠାଘରେ ଭୀଷଣ ଅଗ୍ନିକାଣ୍ଡ ଯୋଗୁଁ ଅନ୍ୟୂନ ୪୫ ଜଣ ଲୋକ ମରିଥିବା କଥା ଜଣେ ସରକାରୀ ଅଧିକାରୀ ଓ ପ୍ରତ୍ୟକ୍ଷଦର୍ଶୀ ଗୁରୁବାର ଦିନ କହିଛନ୍ତି।
ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ହୋଇ ନ ଥିବା ଢାକା ଅଗ୍ନିକାଣ୍ଡରେ ଅନ୍ୟ ୫୦ ଜଣ ଲୋକ ଆହତ ହୋଇଥିବା ଜଣାପଡ଼ିଛି।
ନିଆଁ ଲାଗିଥିବା ଚଅକ୍ବଜାର ଅଞ୍ଚଳ ଘର ଘର ମଧ୍ୟରେ ଅଣଓସାରିଆ ଦୋକରି ଥାଇ ଅତ୍ୟନ୍ତ ଗହଳିଆ ହୋଇଉଠିଛି। ବାସଭବନ ଓ ଦୋକାନ ସବୁ ଏକକାର। ପ୍ରାୟ ସବୁ ଘରର ତଳ ତାଲାରେ ଦୋକାନ, ରେସ୍ତୋରାଁ ଓ ଗୋଦାମ ଘର।
ବୁଧବାର ରାତିରେ ପ୍ରଥମେ ଗୋଟିଏ କୋଠାରେ ନିଆଁ ଲାଗି ଅନ୍ୟ କୋଠାକୁ ଚରି ଯାଇଥିଲା ବୋଲି ଅଗ୍ନିଶମ ବିଭାଗର ଡାଇରେକ୍ଟର୍ ଜେନେରାଲ୍ ବ୍ରିଗ୍ରେଡିୟର୍ ଜେନେରାଲ୍ ଅଲି ଅହମଦ୍ କହିଛନ୍ତି।
ନିଆଁ ଲିଭାଇବାକୁ ଉଦ୍ୟମ ଚଳାଇଥିବା ଉଦ୍ଧାରକାରୀମାନେ ଅନ୍ୟୂନ ୪୫ଟି ଶବ ଉଦ୍ଧାର କରିଛନ୍ତି।
ନଷ୍ଟ ହୋଇଯାଇଥିବା କେତେକ କୋଠାର ତଳ ତାଲାରେ ରାସାୟନିକ ପଦାର୍ଥ ଓ ପ୍ଲାଷ୍ଟିକ ଗଚ୍ଛିତ ଥିଲା।
ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆହତମାନଙ୍କ ଚିକିତ୍ସା ଦାୟିତ୍ୱରେ ଥିବା ଢାକା ମେଡିକାଲ୍ କଲେଜ ହସ୍ପିଟାଲର ବର୍ଣ୍ଣ ୟୁନିଟ୍ର ମୁଖ୍ୟ ସାମନ୍ତ ଲାଲ ସେନ କହିଛନ୍ତି।
from ଦେଶ- ବିଦେଶ – Sambad https://ift.tt/2V6oKaM