
ନୂଆଦିଲ୍ଲୀ: ଦୁଇ ଦିନିଆ ଗସ୍ତରେ ବାହାରି ଗୁରୁବାର ପ୍ରତ୍ୟୁଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ପହଞ୍ଚିଛନ୍ତି। ସୁଦୂର ପ୍ରାଚ୍ୟ ଦେଶକୁ ପ୍ରଧାନମନ୍ତ୍ରୀ ଯାଇଥିବା ଦୁଇ ଦିନିଆ ଗସ୍ତରେ ଉଭୟ ଦେଶ ବିଭିନ୍ନ କ୍ଷେତ୍ରରେ ସହଯୋଗ ସଂକ୍ରାନ୍ତରେ ଆଲୋଚନା କରିବେ।
ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି ଏହି ଗସ୍ତ ଦକ୍ଷିଣ କୋରିଆ ଓ ଭାରତର ସ୍ୱତନ୍ତ୍ର ସମରସଜ୍ଜା ସହଭାଗିତା ମଜଭୁତ କରିବ ଓ ଲୁକ୍ ଇଷ୍ଟ୍ ପଲିସିର ଦକ୍ଷତା ବଢ଼ାଇବ।
ଗସ୍ତ ପୂର୍ବରୁ ଭାରତର ‘ମେକ୍ ଇନ୍ ଇଣ୍ଡିଆ’ ଭଳି ଉପକ୍ରମରେ ଦକ୍ଷିଣ କୋରିଆ ପ୍ରମୁଖ ଅଂଶୀଦାର ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉଭୟ ଗଣତାନ୍ତ୍ରିକ ଦେଶ ହୋଇଥିବାରୁ ଆଞ୍ଚଳିକ ଓ ବିଶ୍ୱ ଶାନ୍ତି କ୍ଷେତ୍ରରେ ଦୁଇ ଦେଶ ମୂଲ୍ୟବୋଧ ଓ ଦୃଷ୍ଟିଭଙ୍ଗି ଆଦାନପ୍ରଦାନ କରିବେ।
ଦକ୍ଷିଣ କୋରିଆର ରାଷ୍ଟ୍ରପତି ମୁନ୍ ଜେ-ଇନ୍ଙ୍କ ଆମନ୍ତ୍ରଣ କ୍ରମେ ମୋଦି ବୁଧବାର ଦିନ ଦକ୍ଷିଣ କୋରିଆ ଅଭିମୁଖେ ଯାଇଥିଲେ।
ଗସ୍ତକାଳୀନ ବିବୃତିରେ ସେ କହିଥିଲେ, ଆମ ସମ୍ପର୍କର ସମ୍ପୃକ୍ତ କରିଥିବା ଗୁରୁତ୍ୱକୁ ତାଙ୍କ ଗସ୍ତ ପ୍ରତିଫଳିତ କରୁଛି।
from ଦେଶ- ବିଦେଶ – Sambad https://ift.tt/2EmFULK