ବୋହୂଙ୍କ ଟାଙ୍ଗିଆ ଚୋଟରେ ଶ୍ୱଶୁରଙ୍କ ମୃତ୍ୟୁ ଅଭିଯୋଗ

zisanmohammad
0

ଜୟପୁର: ଗୁରୁବାର ବିଳମ୍ବିତ ରାତ୍ରୀରେ ଜୟପୁର ବ୍ଲକ୍‌ ଅନ୍ତର୍ଗତ ଜଗନ୍ନାଥପୁର ଗାଁ’ରେ ଜଣେ ବୋହୂ ତାଙ୍କ ଶ୍ୱଶୁରଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା କୁହାଯାଉଛି।

ନିହତ ଶ୍ୱଶୁରଙ୍କ ନାମ ଚକ୍ର ଜାନି, ବୟସ ପ୍ରାୟ ୫୦ ବର୍ଷ। ବୋହୂଙ୍କ ନାମ ହୀରାମଣି, ବୟସ ୩୫ ବର୍ଷ।

ଚକ୍ରଙ୍କ ପୁତ୍ର ତଥା ହୀରାମଣିଙ୍କ ସ୍ୱାମୀ ଗତ ୧୦ ବର୍ଷ ତଳୁ ମରି ଯାଇଛନ୍ତି।

କୁହାଯାଉଛି ଉକ୍ତ ପରିବାର ମଧ୍ୟରେ ସର୍ବଦା ବାଦବିବାଦ ଚାଲେ। ସମ୍ଭବତଃ ଗତରାତିରେ ପାରିବାରିକ କଳହ ଯୋଗୁଁ ଉତ୍‌କ୍ଷିପ୍ତା ବୋହୂ ଏକ ଟାଙ୍ଗିଆ ଯୋଗେ ପଛପଟୁ ଶ୍ୱଶୁରଙ୍କୁ ଆକ୍ରମଣ କରି ହାଣି ପକାଇଛି।

ପ୍ରତ୍ୟୁଷରୁ ତାଙ୍କ ଘରର କବାଟ ଖୋଲାଥିବା ଦେଖି ଚୋରି ହୋଇଥିବ ବୋଲି ପଡ଼ୋଶୀମାନଙ୍କର ଧାରଣା ହୋଇଥିଲା।ପ୍ରକୃତ ଘଟନା କ’ଣ ଜାଣିବାକୁ ଘରକୁ ଯାଇ ଦେଖନ୍ତି ଚକ୍ରଙ୍କର ଶବ ପଡ଼ିଛି। 

ବୋହୂ ନିରୁଦ୍ଦେଶ ହୋଇ ଯାଇଛି।

ଖବର ପାଇ ଜୟପୁର ସଦର ଥାନା ଅଧୀନ ଆମ୍ବାଗୁଡ଼ା ଫାଣ୍ଡି ପୁଲିସ ଘଟନାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ଚଳାଇଛି।



from ଜିଲ୍ଲା – Sambad https://ift.tt/2Sg3woZ

Post a Comment

0Comments
Post a Comment (0)