ଶିକ୍ଷକଙ୍କ ମାଡ଼ରେ ଛାତ୍ର ଲହୁଲୁହାଣ

zisanmohammad
0

କାଲିମେଳା: ଶିକ୍ଷକଙ୍କ ମାଡ଼ରେ ଜଣେ ୬ଷ୍ଠ ଶ୍ରେଣୀ ଛାତ୍ର ଲହୁଲୁହାଣ ହୋଇଥିବାର ଅଭିଯୋଗ ହୋଇଛି। ଆହାତ ଛାତ୍ର ଜଣଙ୍କ ଏମଭି-୭୯ ମେଡ଼ିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ଘଟଣାଟି ଘଟିଛି କାଲିମେଳା ବ୍ଲକ ଅନ୍ତର୍ଗତ ଲୁଗେଲ ପଞ୍ଚାୟତର ଏମପିଭି-୮୨ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ସୂଚନା ଅନୁଯାୟୀ, ଗତକାଲି ବିଦ୍ୟାଳୟର ଜଣେ ଷଷ୍ଠ ଶ୍ରେଣୀ ଛାତ୍ର ଓ ସହପାଠୀଙ୍କ ମଧୢରେ ଖାତା ଦିଆନିଆକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏ ଖବର ସହକାରୀ ଶିକ୍ଷକ ଶ୍ୟାମ କୁମାର ବୈରାଗୀଙ୍କ କାନକୁ ଯାଇଥିଲା। ଶିକ୍ଷକ ଜଣଙ୍କ କିଛି ନବୁଝି ଉତ୍ତେଜିତ ହୋଇ ହଠାତ୍‌ ଛାତ୍ରକୁ ମାଡ଼ ମାରିଥିଲେ। ଛାତ୍ର ଜଣଙ୍କ ଯେତେ କାକୁତି ମିନତି ହେଲେ ମଧୢ ଶିକ୍ଷକ ଜଣଙ୍କ କିଛି ବି ଶୁଣିଲେ ନାହିଁ। ପ୍ରଥମେ ବାଡ଼ି ଓ ପରେ ବିଧା ଗୋଇଠା ମାରି ଛାତ୍ର ଜଣଙ୍କୁ ଲହୁଲୁହାଣ କରିପକାଇଥିଲେ। ଏତିକିରେ ଶିକ୍ଷକଙ୍କ ରାଗ ଶାନ୍ତ ପଡ଼ିନଥିଲା। ଛାତ୍ରଙ୍କ ଦେହ ସାରା ମାଡ଼ ଚିହ୍ନ ରହିଥିବା ବେଳେ ସେ ଗୁରୁତର ଭାବରେ ଆହାତ ହୋଇଥିଲା। ଆହାତ ଛାତ୍ରକୁ ଏମଭି-୭୯ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇ ସେଠାରେ ତାର ଚିକିତ୍ସା କରାଯିବାପରେ ଘରକୁ ପଠାଇ ଦିଆଯାଇଥିବାର ଜଣାପଡ଼ିଛି। ତେବେ ଏହି ଘଟଣା ଘଟିବା ପରେ ତୁରନ୍ତ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ଡକାଯାଇଥିଲା। ଏଥିରେ ଗ୍ରାମର କିଛି ଭଦ୍ରଲୋକଙ୍କ ସହ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟମାନଙ୍କ ମଧୢରେ ଆଲୋଚନା ହୋଇଥିଲା। ଶେଷରେ ଶିକ୍ଷକ ଜଣଙ୍କ ନିଜର ଭୁଲ ସ୍ବୀକାର କରିବା ପରେ ତାଙ୍କୁ କ୍ଷମା କରି ଦିଆଯାଇଥିଲା ବୋଲି ଜଣାପଡ଼ିଛି।



from ଜିଲ୍ଲା – Sambad https://ift.tt/2XhD6qL

Post a Comment

0Comments
Post a Comment (0)