ଅନ୍‌ଲାଇନ୍‌ ହେଲା କ୍ରୀଡ଼ା ବିଭାଗ

zisanmohammad
0

ଭୁବନେଶ୍ବର: ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ସମସ୍ତ କାର୍ଯ୍ୟ ‌ଏବେ ଅନ୍‌ଲାଇନ୍‌ରେ ହେବ। ଏଥିପାଇଁ ଶୁକ୍ରବାର ବିଭାଗ ପକ୍ଷରୁ ୱେବ୍‌ ଅଟୋମେସନ୍‌ ସର୍ଭିସ୍‌ ପୋର୍ଟାଲ୍‌ ଉନ୍ମୋଚିତ ହୋଇଛି। ଏହାକୁ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଉନ୍ମୋଚିତ କରିଥିଲା ବେଳେ ସଚିବ ବିଶାଳ ଦେବ ଉପସ୍ଥିତ ଥିଲେ। ଅଫ୍‌ଲାଇନ୍‌ରେ କାମ ପାଇଁ ବହୁ ସମୟ ଅପଚୟ ହେଉଥିଲା। ଏବେ ସବୁ କାମ ଅନ୍‌ଲାଇନରେ ହେବ। ଫଳରେ ରାଜ୍ୟର ସମସ୍ତ କ୍ରୀଡ଼ାବିତ୍‌ ଏହାର ସୁବିଧା ସୁଯୋଗ ନେଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି। ଛାତ୍ରାବାସ ଖାଦ୍ୟ ସାଙ୍ଗକୁ କ୍ରୀଡ଼ାବିତ୍‌ ନିଜର ପ୍ରଦର୍ଶନ ବିଷୟରେ ଏଥିରୁ ଅବଗତ ହୋଇପାରିବେ। କ୍ରୀଡ଼ାବିତ୍‌ଙ୍କ ପାଖରେ ମଧ୍ୟ ସମସ୍ତ ପ୍ରକାର ସୂଚନା ଶୀଘ୍ର ପହଞ୍ଚିପାରିବ। ଏଥିସହ କ୍ରୀଡ଼ା ବିଭାଗର ସମସ୍ତ କାର୍ଯ୍ୟକ୍ରମ ବିଷୟ ଏବଂ ଫଟୋ ଗଣମାଧ୍ୟମ ସଂସ୍ଥା ସଂଗ୍ରହ କରିପାରିବେ। ଏହାଦ୍ବ‌ାରା ସମୟ ବଞ୍ଚିବା ସାଙ୍ଗକୁ ସରକାରଙ୍କ ପକ୍ଷରୁ କ୍ରୀଡ଼ାବିତ୍‌ଙ୍କୁ ମିଳୁଥିବା ଆର୍ଥିକ ସହାୟତାରେ ଅନିୟମତା ହୋଇପାରିବନି ବୋଲି ସଚିବ ବିଶାଲ ଦେବ ପ୍ରକାଶ କରିଥିଲେ।



from ଖେଳ – Sambad https://ift.tt/2BNnodG

Post a Comment

0Comments
Post a Comment (0)