ପୋର୍ଟ ଏଲିଜାବେଥ୍‌ ଟେଷ୍ଟ୍‌: ଲକ୍ଷ୍ୟ ୧୯୭, ଶ୍ରୀଲଙ୍କା ୬୦/୨

zisanmohammad
0

ପୋର୍ଟ ଏଲିଜାବେଥ୍‌: ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦ୍ବିତୀୟ ଟେଷ୍ଟ୍‌ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଯାଇଛି। ବୋଲରଙ୍କ ପୂରା ଆଧିପତ୍ୟ ଦେଖିବାକୁ ମିଳିଥିବା ଏହି ‌ଟେଷ୍ଟ୍‌ର ଦୁଇ ଦିନରେ ୩୨ ୱିକେଟ୍‌ ପତନ ଘଟି ସାରିଛି। ପ୍ରଥମ ଦିନ ୧୩ ଓ ଦ୍ବିତୀୟ ଦିନ ୧୯ ୱିକେଟ୍‌ ଝଡ଼ିଯାଇଛି। ପ୍ରଥମ ପାଳିରେ ୨୨୨ ରନ୍‌ କରିଥିବା ଘରୋଇ ଦକ୍ଷିଣ ଆଫ୍ରିକା ଶୁକ୍ରବାର ଦ୍ବିତୀୟ ଦିବସରେ ୪୪.୩ ଓଭର ଖେଳି ୧୨୮ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ଅଧିନ‌ାୟକ ଫାଫ୍‌ ଡୁ ପ୍ଲେସିସ୍‌ ୫୦, ହାସିମ୍‌ ଆମ୍‌ଲା ୩୨ ରନ୍‌ କରିଥିଲା ବେଳେ ଶ୍ରୀଲଙ୍କା ପକ୍ଷରୁ ସୁରଙ୍ଗା ଲାକ୍‌ମଲ୍‌ ୪, ଧନଞ୍ଜୟ ଡି’ସିଲ୍‌ଭା ୩ ଓ କାସୁନ୍‌ ରଜିଥା ୨ ୱିକେଟ୍‌ ନେଇଥିଲେ। ପୂର୍ବରୁ ପ୍ରଥମ ଦିବସର ଅସମାପ୍ତ ସ୍କୋର୍‌ ୬୦/୩ରୁ ଖେଳିଥିବା ଶ୍ରୀଲଙ୍କା ଶୁକ୍ରବାର ଆଉ ୯୪ ରନ୍‌ ଯୋଡ଼ି ୧୫୪ ରନ୍‌ରେ ପ୍ରଥମ ପାଳି ଶେଷ କରିଥିଲା। ନିରୋସାନ୍‌ ଡିକ୍‌ୱେଲା ୪୨, ଲାହିରୁ ଥିରିମାନେ ୨୯, କୁସାଲ‌େ ପେରେରା‌ ୨୦ ଓ ଧନଞ୍ଜୟ ଡି’ସିଲ୍‌ଭା ୧୯ ରନ୍‌ କରିଥିଲା ବେଳେ କାଗିସୋ ରବାଦା ୪, ଦୁଆନେ ଓଲିଭର୍‌ ୩ ୱିକେଟ୍‌ ଦଖଲ କରିଥିଲେ। ଫଳରେ ଆଉ ତିନି ଦିନ ଖେଳ ବାକି ଥିଲା ବେଳେ ଘରୋଇ ଦଳ ଶ୍ରୀଲଙ୍କା ସମ୍ମୁଖରେ ୧୯୭ ରନ୍‌ର ବିଜୟ ଲକ୍ଷ୍ୟ ଛାଡ଼ିଥିଲା। ଏହାର ଜବାବରେ ଦ୍ବିତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ଭ୍ରମଣକାରୀ ଦଳ ୨ ୱିକେଟ୍‌ରେ ୬୦ ରନ୍‌ କରିନେଇଛି। ଦୁଇ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଅଧିନାୟକ ଦିମୁତ୍‌ କରୁଣାରତ୍ନେ (୧୯) ଓ ଥିରିମାନେ (୧୦) ପାଭିଲିୟନ୍‌ ଫେରି ଯାଇଥିଲା ବେଳେ ଓସାଦା ଫର୍ନାଣ୍ଡୋ (୧୭) ଓ କୁସାଲ ମେଣ୍ଡିସ୍‌ (୧୦) ଅପରାଜିତ ରହିଛନ୍ତି। ଏବେ ଏହି ଟେଷ୍ଟ୍‌ ଜିତିବା ପାଇଁ ଶ୍ରୀଲଙ୍କାକୁ ଆଉ ୧୩୭ ରନ୍‌ ଦରକାର ଥିଲାବେଳେ ଘରୋଇ ଦକ୍ଷିଣ ଆଫ୍ରିକାକୁ ୮ ୱିକେଟ୍‌ ଝଡ଼ାଇବାକୁ ପଡ଼ିବ।



from ଖେଳ – Sambad https://ift.tt/2U4ORyL

Post a Comment

0Comments
Post a Comment (0)