ଦୁଇଟି ଋତୁରେ ୧୦୦୦ରୁ ଅଧିକ ରନ୍‌ କରିବାରେ ଜାଫର ପ୍ରଥମ

zisanmohammad
0

ୱାୟାନାଦ୍‌: ମୁମ୍ବାଇ ତାରକା ୱାସିମ୍‌ ଜାଫର ରଣଜୀ ଟ୍ରଫି ଇତିହାସରେ ନୂଆ କୀର୍ତିମାନ ରଚିଛନ୍ତି। ରଣଜୀ ଟ୍ରଫିରେ ଭିନ୍ନ ଭିନ୍ନ ଦୁଇଟି ଋତୁରେ ୧୦୦୦ରୁ ଅଧିକ ରନ୍‌ କରିବାରେ ସେ ପ୍ରଥମ ଖେଳାଳି ହୋଇଛନ୍ତି। ମୁମ୍ବାଇ ପାଇଁ ଖେଳିଥିବା ଜାଫର ୨୦୦୮-୦୯ ଋତୁରେ ୧୬ ପାଳି ଖେଳି ୮୪.୦୦ ହାରରେ ୧୨୬୦ ରନ୍‌ କରିଥିଲେ। ସେହି ଜାଫର ଚଳିତ ୨୦୧୮-୧୯ ଋତୁରେ ବିଦର୍ଭ ପକ୍ଷରୁ ଖେଳି ୧୩ ପାଳିରୁ ୧୦୦୩ ରନ୍‌ କରିସାରିଛନ୍ତି। କେରଳ ବିପକ୍ଷ ସେମିଫାଇନାଲ୍‌ର ପ୍ରଥମ ପାଳିରେ ସେ ୩୪ ରନ୍‌ କରିବା ଅବସରରେ ଏଭଳି କୀର୍ତିମାନ ରଚିଛନ୍ତି। ଏହି ଋତୁରେ ଜାଫରଙ୍କ ହାରାହାରି ୮୧ ରହିଛି। ପୁଣି ଏହି ଋତୁର ୪ ସେମିଫାଇନାଲିଷ୍ଟ୍‌ଙ୍କ ମଧ୍ୟରୁ ଜାଫର ଏକମାତ୍ର ବ୍ୟାଟ୍‌ସମ୍ୟାନ୍‌ ଯିଏକି ଗୋଟିଏ ଦ୍ବିଶତକ ଜମାଇଛନ୍ତି।



from ଖେଳ – Sambad http://bit.ly/2FU9TMW

Post a Comment

0Comments
Post a Comment (0)