ରଣଜୀ ଫାଇନାଲ୍‌ ଦ୍ବାରରେ ସୌରାଷ୍ଟ୍ର

zisanmohammad
0

ବେଙ୍ଗାଲୁରୁ,: ଦ୍ବିତୀୟ ଦଳ ଭାବେ ଚଳିତ ରଣଜୀ ଟ୍ରଫି ପ୍ରତିଯୋଗିତାର ଫାଇନାଲ୍‌ରେ ସ୍ଥାନ ଅକ୍ତିଆର କରିବାର ନିକଟତର ହୋଇଛି ପାଇଁ ସୌରାଷ୍ଟ୍ର। ସୋମବାର ପଞ୍ଚମ ତଥା ଅନ୍ତିମ ଦିବସରେ ସେମିଫାଇନାଲ୍‌ ଜିତିବା ପାଇଁ ସୌରାଷ୍ଟ୍ରକୁ ଆଉ ମାତ୍ର ୫୫ ରନ୍‌ ଆବଶ୍ୟକ ଥିଲା ବେଳେ କର୍ଣ୍ଣାଟକ ୭ ୱିକେଟ୍‌ ଦୂରରେ ରହିଛି। ପ୍ରଥମ ସେମିଫାଇନାଲ୍‌ରେ ବିଦର୍ଭ ମାତ୍ର ୨ ଦିନରେ କେରଳକୁ ପରାସ୍ତ କରି ପ୍ରଥମ ‌ଦଳ ଭାବେ ଫାଇନାଲ୍‌ ପହଞ୍ଚିସାରିଛି। ଦ୍ବିତୀୟ ସ୍ଥାନ ଲାଗି ସୌରାଷ୍ଟ୍ର ଓ କର୍ଣ୍ଣାଟକ ମଧ୍ୟରେ ବା‌ଙ୍ଗା‌ଲୋରରେ ଚାଲିଥିବା ଦ୍ବିତୀୟ ସେମିଫାଇନାଲ୍‌ରେ ଉଭୟ ଦଳ ପୁରା ସଂଘର୍ଷ ଜାରି ରଖିଛନ୍ତି। ପ୍ରଥମ ପାଳିରେ କର୍ଣ୍ଣାଟକର ୨୭୫ ରନ୍‌ ଜବାବରେ ସୌରାଷ୍ଟ୍ର ୨୩୬ ରନ୍‌ କରିଥିଲା। ହେଲେ ୩୯ ରନ୍‌ରେ ଆଗୁଆ ଥିବା ‌କର୍ଣ୍ଣାଟକ ଦ୍ବିତୀୟ ପାଳିରେ ୨୩୯ ରନ୍‌ କରିବାରୁ ସୌରାଷ୍ଟ୍ର ସମ୍ମୁଖରେ ୨୭୯ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା। କର୍ଣ୍ଣାଟକ ପକ୍ଷରୁ ଶ୍ରେୟାସ ଗୋପାଳ ୬୧ ରନ୍‌ କରିଥିଲେ। ସୌରାଷ୍ଟ୍ର ପକ୍ଷରୁ ଧର୍ମେନ୍ଦ୍ର ଜାଦେଜା ୫ ୱିକେଟ୍‌‌ ନେଇଥିଲେ। ୨୭୯ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ସୌରାଷ୍ଟ୍ର ୫.୫ ଓଭର ମଧ୍ୟରେ ୨୩ ରନ୍‌ରେ ୩ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ଏହି ସମୟରେ ଚେତେଶ୍ବର ପୂଜାରା (୧୦୮)*ଙ୍କ ଅପରାଜିତ ଶତକ ଏବଂ ସେଲ୍‌ଡନ୍‌ ଜ୍ୟାକ୍‌ସନ୍‌ (୯୦*)ଙ୍କ ଅର୍ଧଶତକ ବଳରେ ଚତୁର୍ଥ ଦିନର ‌ଷ୍ଟମ୍ପ୍‌ ଅପସାରଣ ‌ବେଳକୁ ଦଳ ସେହି ୩ ୱିକେଟ୍‌ ବିନିମୟରେ ୨୩୪ ରନ୍‌ କରିଛି। କର୍ଣ୍ଣାଟକ ପକ୍ଷରୁ ବିନୟ କୁମାର ୨ ଓ ଅଭିମନ୍ୟୁ ମିଥୁନ ୧ ୱିକେଟ୍‌ ବାଣ୍ଟି ନେଇଥିଲେ।



from ଖେଳ – Sambad http://bit.ly/2G3OCjf

Post a Comment

0Comments
Post a Comment (0)