ହର୍ବର୍ଟ-ମାହୁତ, କ୍ରେସିକୋଭା-ରାମଙ୍କୁ ଟ୍ରଫି

zisanmohammad
0

ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ୍‌ସ୍ଲାମ୍‌ ଅଷ୍ଟ୍ରେଲିଆନ୍‌ ଓପନ୍‌ ପୁରୁଷ ଯୁଗଳରେ ପିଏରି ହ୍ୟୁଗ୍‌ସ ହର୍ବର୍ଟ ଓ ନିକେଲାସ୍‌ ମାହୁତ ଏବଂ ମିଶ୍ରିତ ଯୁଗଳ ବର୍ଗରେ ବାର୍ବୋରା କ୍ରେସିକୋଭା ଓ ରାଜୀବ ରାମ ବିଜେତା ହୋଇଛନ୍ତି। ଫ୍ରାନ୍‌ସ ଯୋଡ଼ି ହର୍ବର୍ଟ ଓ ମାହୁତ ରବିବାର ଫଇନାଲ୍‌ରେ ୨୦୧୭ ବିଜେତା ଫିନ୍‌ଲାଣ୍ଡ୍‌ର ହେନ୍‌ରି କୋଣ୍ଟିନେନ୍‌ ଓ ଅଷ୍ଟ୍ରେଲିଆର ଜନ୍‌ ପିରର୍ସଙ୍କୁ ସିଧାସଳଖ ୬-୪ ଓ ୭-୬ ସେଟ୍‌ରେ ପରାସ୍ତ କରି ସେମାନଙ୍କର ପ୍ରଥମ ଅଷ୍ଟ୍ରେଲୀୟ ଓପନ୍‌ ପୁରୁଷ ଯୁଗଳ ଟ୍ରଫି କରାୟତ କରିଛନ୍ତି। ତେବେ ପୂର୍ବରୁ ୟୁଏସ୍‌ ଓପନ୍‌, ୱିମ୍ବଲଡନ୍‌ ଓ ଫ୍ରେଞ୍ଚ୍‌ ଓପନ୍‌ ଜିତି ସାରିଥିବା ପଞ୍ଚମ ମାନ୍ୟତା ହର୍ବର୍ଟ-ମାହୁତ ଯୋଡ଼ି ମେଲ୍‌ବର୍ନରେ ବିଜୟ ବାନା ଉଡ଼ାଇବା ସାଙ୍ଗକୁ କ୍ୟାରିୟର ଗ୍ରାଣ୍ଡ୍‌ସ୍ଲାମ୍‌ ପୂର୍ଣ୍ଣ କରିଛନ୍ତି।
ଅନ୍ୟପକ୍ଷରେ ତୃତୀୟ ମାନ୍ୟତା କ୍ରେସିକୋଭା ଓ ରାମ ଯୋଡ଼ି ଶନିବାର ଫାଇନାଲ୍‌ରେ ଅଷ୍ଟ୍ରେଲିଆର ଅସ୍ତ୍ର ଶର୍ମା ଓ ଜନ୍‌ ପ୍ୟାଟ୍ରିକ୍‌ ସ୍ମିଥ୍‌ଙ୍କୁ ୭-୬ ଓ ୬-୧ ସିଧାସଳଖ ସେଟ୍‌ରେ ପରାସ୍ତ କରି ମିଶ୍ରିତ ଯୁଗଳ ଟ୍ରଫି କବ୍‌ଜା କରିନେଇଥି‌ଲେ। ଆମେରିକାର ରାଜୀବ ରାମଙ୍କ ପାଇଁ ଏହା ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି ହୋଇଥିଲା ବେଳେ ଚେକ୍‌ ଗଣରାଜ୍ୟର କାଟେରିନା ସିନିଆକୋଭାଙ୍କ ସହ ମିଶି ଗତବର୍ଷ ଦୁଇଟି ମହିଳା ଯୁଗଳ ଟ୍ରଫି ଜିତିଥିବା କ୍ରେସିକୋଭାଙ୍କର ଏହା ପ୍ରଥମ ମିଶ୍ରିତ ଯୁଗଳ ଟ୍ରଫି।



from ଖେଳ – Sambad http://bit.ly/2DFfkgN

Post a Comment

0Comments
Post a Comment (0)