ସାଇନା ଜିତିଲେ ଇଣ୍ଡୋନେସିଆ ମାଷ୍ଟର୍ସ ଟ୍ରଫି

zisanmohammad
0

ଜାକର୍ତା: ଭାରତୀୟ ବ୍ୟାଡ୍‌ମିଣ୍ଟନ ଲଳନା ସାଇନା ନେହୱାଲ୍ ୨ ବର୍ଷ ଧରି ବିଡବ୍ଲୁଏଫ୍‌ ଟ୍ରଫି ମରୁଡ଼ିର ଅନ୍ତ ଘଟାଇଛନ୍ତି। ଶେଷ ଥର ପାଇଁ ୨୦୧୭ରେ ମାଲେସିଆରେ ବିଡବ୍ଲୁଏଫ୍‌ ଟ୍ରଫି ଜିତିଥିବା ଏହି ହାଇଦ୍ରାବାଦୀ ଝିଅ ରବିବାର ଏଠାରେ ଶେଷ ହୋଇଥିବା ଇଣ୍ଡୋନେସିଆ ମାଷ୍ଟର୍ସ ମହିଳା ଏକକ ମୁକାବିଲା ଜିତି ୨ ବର୍ଷ ପରେ ପ୍ରଥମ ଟ୍ରଫି କରାୟତ କରିଛନ୍ତି। ଫାଇନାଲ୍‌ରେ ସାଇନାଙ୍କ ମୁକାବିଲା ତିନି ଥର ବିଶ୍ବ ବିଜୟିନୀ ସ୍ପେନ୍‌ର କାରୋଲିନା ମାରିନ୍‌ଙ୍କ ସହ ହୋଇଥିଲା। ପ୍ରଥମ ଗେମ୍‌ରେ ମଧ୍ୟ ମାରିନ୍‌ ୧୦-୪ ପଏଣ୍ଟ୍‌ରେ ଆଗୁଆ ରହିଥିଲେ। ହେଲେ ଦୁର୍ଭାଗ୍ୟବଶତଃ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ଫଳରେ ସେ ଆଉ ଖେଳିବାକୁ ସମର୍ଥ ହୋଇନଥିଲେ। ସେହିଠାରୁ ଓହରିଯିବାକୁ ବାଧ୍ୟ ହୋଇଥିଲେ। ତେଣୁ ଆଉ ଅଧିକ ସଂଘର୍ଷ ନକରି ଲଣ୍ଡନ ଅଲିମ୍ପିକ୍ସ କାଂସ୍ୟ ବିଜୟିନୀ ସାଇନା ଟ୍ରଫି ହାସଲ କରିନେଇଥିଲେ। ଗତ କିଛି ବର୍ଷ ଧରି ଆହତ ସହ ସାଇନା ମଧ୍ୟ ଲଢ଼ୁଥିଲେ। ହେଲେ ଏଠାରେ ଫାଇନାଲ୍‌ ପର୍ଯ୍ୟନ୍ତ ଆହତ ନ ହୋଇ ଖେଳି ଚାଲିଥିବାରୁ ସେ ଫିଜିଓ ଓ ପ୍ରଶିକ୍ଷକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଠାରେ ସୂଚନାଯୋଗ୍ୟ, ସାଇନା ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ, ଏସୀୟ କ୍ରୀଡ଼ାରେ କାଂସ୍ୟ ଜିତିବା ସାଙ୍ଗକୁ ଡେନ୍‌ମାର୍କ, ଇଣ୍ଡୋନେସିଆ ମାଷ୍ଟର୍ସ ଓ ସୟଦ୍‌ ମୋଦି ଇଣ୍ଟରନ୍ୟାସ୍‌ନାଲ୍‌ ଫାଇନାଲ୍‌ ପ୍ରବେଶ କରିଥିଲେ।



from ଖେଳ – Sambad http://bit.ly/2G2DB1Q

Post a Comment

0Comments
Post a Comment (0)