ଜୋକୋଭିକ୍‌ଙ୍କ କୀର୍ତିମାନ:ସର୍ବାଧିକ ୭ ଥର ଜିତିଲେ ଅଷ୍ଟ୍ରେଲିଆନ୍‌ ଓପନ୍‌

zisanmohammad
0

ମେଲ୍‌ବର୍ନ,: ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ପ୍ରତିଯୋଗିତା ରବିବାର ଶେଷ ହୋଇଛି। ସର୍ବିଆ ତାରକା ନୋଭାକ୍‌ ଜୋକୋଭିକ୍‌ ପୁରୁଷ ଏକକ ବର୍ଗରେ ବିଜେତା ହୋଇ ନୂଆ କୀର୍ତିମାନ ରଚିଛନ୍ତି। ବିଶ୍ବ ମାନ୍ୟତାର ଶୀର୍ଷରେ ଥିବା ଜୋକୋଭିକ୍‌ ରବିବାର ପୁରୁଷ ଏକକ ଫାଇନାଲ୍‌ରେ ଦ୍ବିତୀୟ ମାନ୍ୟତା ସ୍ପେନ୍‌ ତାରକା ରାଫେଲ ନାଦାଲଙ୍କୁ ସିଧାସଳଖ ୬-୩, ୬-୨ ଓ ୬-୩ ସେଟ୍‌ରେ ପରାସ୍ତ କରିଦେଇଥିଲେ। ଏଥି ସହିତ ଜୋକୋଭିକ୍‌ କ୍ରମାଗତ ତୃ୍ତୀୟ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି ଜିତିଥିଲେ। ଏହା ପୂର୍ବରୁ ସେ ଗତ ଋତୁର ଶେଷ ଦୁଇଟି ଗ୍ରାଣ୍ଡ୍‌ସ୍ଲାମ୍‌ (୨୦୧୮ର ୱିମ୍ବିଲଡନ୍‌ ଓ ୟୁଏସ୍‌ ଓପନ୍‌) ବିଜେତା ହୋ‌ଇଥିଲେ। ଆଉ ଏଥର ମେଲ୍‌ବର୍ନରେ ବିଜୟ ବାନା ଉଡ଼ାଇ ସେ ମଧ୍ୟ ଓପନ୍‌ ଯୁଗରେ ସର୍ବାଧିକ ୭ ଥର ଅଷ୍ଟ୍ରେଲିଆନ୍‌ ଓପନ୍‌ ଟ୍ରଫି ଜିତିବାରେ ପ୍ରଥମ ଖେଳାଳି ହୋଇଥିଲେ। ଏ କ୍ଷେତ୍ରରେ ସେ ସ୍ବିଜରଲାଣ୍ଡ୍‌ ତାରକା ରୋଜର୍‌ ଫେଡେରର୍‌ (୬ ଥର ଟ୍ରଫି ବିଜେତା)ଙ୍କୁ ଟପି ଯାଇଥିଲେ। ପୁଣି ମେଲ୍‌ବର୍ନରେ ଚଳିତ ବର୍ଷର ବିଜେତା ହୋଇ ଜୋକୋଭିକ୍‌ ତାଙ୍କ ମୋଟ ଗ୍ରାଣ୍ଡ୍‌ସ୍ଲାମ୍‌ ଟ୍ରଫି ସଂଖ୍ୟା ୧୫କୁ ବୃଦ୍ଧି କରିଛନ୍ତି। ହେଲେ ୧୭ ଗ୍ରାଣ୍ଡ୍‌ସ୍ଲାମ୍‌ ବିଜେତା ନାଦାଲ ଫାଇନାଲ୍‌ରେ ଜୋକୋଭିଙ୍କ ନିକଟରେ ଆତ୍ମ ସମର୍ପଣ କରିଦେଇଥି‌ଲେ।



from ଖେଳ – Sambad http://bit.ly/2FTKa7B

Post a Comment

0Comments
Post a Comment (0)