ଅଷ୍ଟ୍ରେଲିଆ ଦଳରେ ୭ ବର୍ଷୀୟ ବାଳକ

zisanmohammad
0

ସାତ ବର୍ଷ ବୟସରେ ଟେଷ୍ଟ୍ କ୍ରିକେଟ୍ ଦଳରେ ସାମିଲ ହେବାର ଗୌରବ ଆର୍ଚି ସିଲରଙ୍କ ଭାଗ୍ୟରେ ଜୁଟିଛି।‌ ମେଲବର୍ନରେ ବୁଧବାରଠାରୁ ଖେଳାଯିବାକୁ ଥିବା ଭାରତ ବିପକ୍ଷ ତୃତୀୟ ତଥା ବକ୍ସିଂ ଡେ’ ଟେଷ୍ଟ୍‌ରେ ସିଲର୍‌ଙ୍କୁ ପଞ୍ଚଦଶ ଖେଳାଳି ଭାବେ ନିଆଯାଇଛି। ମେକ୍ ୱିସ୍‌ ଅଷ୍ଟ୍ରେଲିଆ ଫାଉଣ୍ଡେସନ୍ ପ୍ରୟାସରେ ସିଲରଙ୍କୁ ଏଭଳି ସୁଯୋଗ ମିଳିଛି। ମାତ୍ର ୩ ମାସ ବୟସରୁ ହୃଦପିଣ୍ଡ ସମସ୍ୟା ଭିତରେ ଗତି କରୁଥିବା ଆର୍ଚି କ୍ରିକେଟର ଜଣେ ବଡ଼ ପ୍ରଶଂସକ ଏବଂ ନିଜେ ମଧ୍ୟ ଲେଗ୍ ସ୍ପିନ୍ କରିଥାନ୍ତି। କିନ୍ତୁ ନିୟମିତ ସ୍କୁଲ୍ ଯାଇପାରୁନଥିବାରୁ ସେ ମୁକ୍ତରେ ଖେଳିପାରନ୍ତି ନାହିଁ କି ସାଥୀଙ୍କ ସହ ମିଶି ପାରିନ୍ତି ନାହିଁ। ଆର୍ଚିଙ୍କୁ ଆତ୍ମବିଶ୍ବାସ ଯୋଗାଇବା ଏବଂ ସମର୍ଥନ ଦେବା ଲକ୍ଷ୍ୟରେ ତାଙ୍କ ପସନ୍ଦରେ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳରେ ସାମିଲର ସୁଯୋଗ ମିଳିଛି। ସେ ଦିନେ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳର ଅଧିନାୟକ ହେବାକୁ ଚାହାଁନ୍ତି ବୋଲି ମତ ଦେଇଥିବାରୁ ବର୍ତମାନର ଅଧିନାୟକ ଟିମ୍ ପେନ୍ ମଧ୍ୟ ତାଙ୍କୁ ସହଯୋଗୀ ଅଧିନାୟକ ଭାବେ‌ ଘୋଷଣା କରିଛନ୍ତି। ୟାରା ପାର୍କଠାରେ ଏକ ପାରିବାରିକ ଉତ୍ସବରେ ପେନ୍‌ ଏଭଳି ଘୋଷଣା କରିଛନ୍ତି। ବିରାଟ କୋହଲିଙ୍କ ୱିକେଟ୍ ନେବା ମଧ୍ୟ ତାଙ୍କ ଅନ୍ୟତମ ଅଭିଳାଷ ରହିଛି। ବାସ୍ତବରେ ମାସକ ତଳେ ଅଷ୍ଟ୍ରେଲିଆ ଦଳର ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ୍ ଲାଙ୍ଗର ଟେଲିଫୋନ୍ କରି ଆର୍ଚିଙ୍କୁ ଏଭଳି ସୂଚନା ଦେଇଥିଲେ ଏବଂ ସାଧାରଣରେ ଏହି ଖବର ପଦାକୁ ଆସିଥିଲା। ‘ଆର୍ଚି ଅଧିକାଂଶ ସମୟ ଡାକ୍ତରଖାନା ଶଯ୍ୟାରେ କଟାଉଛି, ତା ମୁହଁରେ ସହ ଫୁଟାଇବା ପାଇଁ ଏଭଳି ପ୍ରୟାସ କରାଯାଇଛି’ ବୋଲି ଲଙ୍ଗର କହିଛନ୍ତି। ଚଳିତ ମାସ ପ୍ରାରମ୍ଭରେ ଆଡିଲେଡ୍ ଓଭାଲରେ ଆର୍ଚି ମଧ୍ୟ ଅଷ୍ଟ୍ରେଲିଆ ଦଳ ସହ ଅଭ୍ୟାସ ଅଧିବେଶନରେ ସାମିଲ ହୋଇଥିଲେ।



from ଖେଳ – Sambad http://bit.ly/2T68g1i

Post a Comment

0Comments
Post a Comment (0)