ପର୍ଥ ପିଚ୍‌କୁ ସଚିନ୍‌ଙ୍କ ସମର୍ଥନ

zisanmohammad
0

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯା‌ଇଥିବା ଦ୍ବିତୀୟ ଟେ‌ଷ୍ଟ୍‌ ଫଇସଲା ହୋଇଯାଇଥିଲା। ହେଲେ ଏହି ଟେଷ୍ଟ୍‌ ଖେଳାଯାଇଥିବା ପର୍ଥ ପିଚ୍‌କୁ ଆଇସିସି (ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ) ସାଧାରଣ (ଆଭରେଜ୍‌) ସ୍ତରର ବୋଲି ଆଖ୍ୟା ଦେଇଥିଲା। ମ୍ୟାଚ୍‌ ରେଫରି ରଞ୍ଜନ ମଦୁଗାଲେଙ୍କ ‘ସାଧାରଣ’ ଆଖ୍ୟାକୁ ନେଇ ଅଧିକାଂଶ ପୂର୍ବତନ ଖେଳାଳି ସମାଲୋଚନା କରିଥିଲେ। ଟେଷ୍ଟ୍‌ ପାଇଁ ଏହି ପିଚ୍‌ ଖୁବ୍‌ ଭଲ ଥିଲା ବେଳେ ଆଇସିସିର ‘ସାଧାରଣ’ ଆଖ୍ୟାକୁ ଅଧିକାଂଶ ଅଷ୍ଟ୍ରେଲୀୟ ସହଜରେ ଗ୍ରହଣ କରିପାରିନଥିଲେ। ତେବେ ଭାରତୀୟ କିମ୍ବଦନ୍ତୀ କ୍ରିକେଟର୍‌ ତଥା ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ପର୍ଥ ପିଚ୍‌କୁ ସମର୍ଥନ ଦେଇଛନ୍ତି। ପର୍ଥରେ ଅଷ୍ଟ୍ରେଲିଆ ଦଳ ୧୪୬ ରନ୍‌ରେ ଭାରତକୁ ପରାସ୍ତ କରିଥିଲା। ଏଭଳି ପିଚ୍‌ ଟେଷ୍ଟ୍‌ କ୍ରିକେଟ୍‌ ପାଇଁ ଅନୁକୁଳ ବୋଲି ସଚିନ୍‌ ମନ୍ତବ୍ୟ ଦେଇଛନ୍ତି। ପିଚ୍‌ରେ ଉଭୟ ବଲ୍‌ ଓ ବ୍ୟାଟ୍‌ର ସଂଘର୍ଷ ଦେଖିବାକୁ ମିଳିଥିଲା। ପିଚ୍‌ ମୁଖ୍ୟତଃ ଟେଷ୍ଟ୍‌ ମ୍ୟାଚ୍‌ରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥାଏ। ଟେଷ୍ଟ୍‌ କ୍ରିକେଟ୍‌କୁ ବଞ୍ଚାଇ ରଖିବା ସହିତ ବ୍ୟାଟ୍‌ସମ୍ୟାନ୍‌ ଓ ବୋଲରଙ୍କ ବାସ୍ତବ ଦକ୍ଷତା ପରଖିବାକୁ ହେଲେ ପର୍ଥ ଭଳି ଅଧିକରୁ ଅଧିକ ପିଚ୍‌ ତିଆରି କରିବାର ଆବଶ୍ୟକତା ରହିଛି ବୋଲି ସଚିନ୍‌ ମନ୍ତବ୍ୟ ଦେଇଛନ୍ତି। ତେଣୁ ଆଇସିସି ଦ୍ବାରା ‘ସାଧାରଣ’ ଆଖ୍ୟା ପାଇଥିବା ପର୍ଥ ପିଚ୍‌ ଖୁବ୍‌ ଭଲ ବୋଲି ସଚିନ୍‌ ଟ୍ବିଟ୍‌ କରିଛନ୍ତି।



from ଖେଳ – Sambad http://bit.ly/2Cy03hf

Post a Comment

0Comments
Post a Comment (0)