ଇଣ୍ଡିଆନ୍ ଓପନ୍ ଗେଟ୍‌ବଲ୍: ଓଡ଼ିଆଙ୍କୁ ମୁକୁଟ

zisanmohammad
0

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଇଣ୍ଡିଆନ୍ ଓପନ୍ ‌ଗେଟ୍‌ବଲ୍ ପ୍ରତିଯୋଗିତାରେ ଓଡ଼ିଆଙ୍କ କମାଲ ଦେଖିବାକୁ ମିଳିଛି। ଓଡ଼ିଆ ଖେଳାଳିଙ୍କ ନେଇ ଗଠିତ ଇଣ୍ଡିଆନ୍ ଗେଟବଲ୍‌ ୟୁନିଅନ (ଆଇଜିୟୁ) ଦଳ ଉଭୟ ଦଳଗତ ଏବଂ ଯୁଗଳ ବର୍ଗରେ ବିଜେତା ହୋଇଛନ୍ତି। ଦଳଗତ ଫାଇନାଲରେ ଆଇଜିୟୁ ୧୪-୬ରେ ଇଣ୍ଡୋନେସିଆକୁ ପରାସ୍ତ କରିଥିଲା। ଭାରତୀୟ ଦଳରୁ ସଂଜୟ ପଟ୍ଟନାୟକ, ରଂଜନ ପାତ୍ର, ରଂଜନ ନନ୍ଦ, ରଂଜନ ମିଶ୍ର, ଅଭିଷେକ ମହାନ୍ତି ଖେଳି ଏହି ଗୌରବ ପାଇଥିଲେ। ଓଡ଼ିଶା ଏବଂ ହରିଆନା ଦଳ ଯଥାକ୍ରମ‌େ ତୃତୀୟ ଓ ଚତୁର୍ଥରେ ରହିଥିଲେ। ସେହିଭଳି ରଂଜନ ନନ୍ଦ ଏବଂ ଅଭିଷେକ ମହାନ୍ତିଙ୍କୁ‌ ନେଇ ଗଠିତ ଆଇଜିୟୁ ଯୁଗଳ ଦଳ ଫାଇନାଲରେ ତାଇୱାନକୁ ହରାଇ ବିଜେତା ହୋଇଛି। ଆୟୋଜକ ସମିତିର ଅଧ୍ୟକ୍ଷ ଦ୍ବିପାୟନ ପଟ୍ଟନାୟକ, ସମ୍ପାଦକ ବିଶ୍ବରଂଜନ ମିଶ୍ର, କୋଷାଧ୍ୟକ୍ଷ ସତୀଶ ପୃଷ୍ଟି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।



from ଖେଳ – Sambad http://bit.ly/2Cyc861

Post a Comment

0Comments
Post a Comment (0)