ରାଜ୍ୟ ଭଲିବଲ୍; ର୍ବତଟ ରେଳବାଇ ମହିଳା ବିଜେତା

zisanmohammad
0

ଭୁବନେଶ୍ବର: କାମାକ୍ଷାନଗରଠାରେ ଚାଲିଥିବା ରାଜ୍ୟ ଭଲିବଲ୍‌ ପ୍ରତିଯୋଗିତାର ମହିଳା ବିଭାଗରେ ପୂର୍ବତଟ ରେଳବାଇ ବିଜେତା‌ ହୋଇଛି। ଫାଇନାଲରେ ପୂର୍ବତଟ ରେଳବାଇ ୩-୦ ସେଟ୍‌ରେ (୨୫-୨୩, ୨୫-୨୧, ୨୫-୨୨) କିଟ୍ ବିଶ୍ବବିଦ୍ୟାଳୟକୁ ପରାସ୍ତ କରିଥିଲା। ପୂର୍ବରୁ ସେମିଫାଇନାଲରେ ପୂର୍ବତଟ ରେଳବାଇ ଦଳ ୩-୦ରେ ରାଉରକେଲା ଇସ୍ପାତ କାରଖାନାକୁ (ଆର୍‌ଏସପି)କୁ ଏବଂ କିଟ୍ ସମାନ ୩-୦ ସେଟ୍‌ରେ ମାଲକାନଗିରିକୁ ପରାସ୍ତ କରିଥିଲା। ପୁରୁଷ ବିଭାଗ ଫାଇନାଲ ମ୍ୟାଚ୍‌ ସୋମବାର କେନ୍ଦ୍ରାପଡ଼ା ଏବଂ ବାଲେଶ୍ବର ମଧ୍ୟରେ ଖେଳାଯିବ। ସେମିଫାଇନାଲରେ କେନ୍ଦ୍ରାପଡ଼ା ୩-୦ରେ ଭୁବନେଶ୍ବରକୁ ଏବଂ ବାଲେଶ୍ବର ୩-୧ ସେଟ୍‌ରେ ‌କେନ୍ଦୁଝରକୁ ପରାସ୍ତ କରିଥିଲା। ରବିବାର ଟ୍ରଫି ବିଜେତା ପୂର୍ବତଟ ରେଳବାଇ ଏବଂ ଉପ ବିଜେତା କିଟ୍‌ ଦଳକୁ ମନ୍ତ୍ରୀ ତଥା କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକ ପୁରସ୍କାର ପ୍ରଦାନ କରିଥିଲେ। ରାଜ୍ୟ ଭଲିବଲ୍ ସଂଘ ସଭାପତି ସୁବୋଧ ରାଉତରାୟ, ସମ୍ପାଦକ ଡକ୍ଟର ଗଗନେନ୍ଦୁ ଦାଶ, ଯୁଗ୍ମ ସମ୍ପାଦକ ଆଦିତ୍ୟ ଆଚାର୍ଯ୍ୟ ଅତିଥିର ଭାବେ ଯୋଗ ଦେଇଥିଲେ।



from ଖେଳ – Sambad http://bit.ly/2T68fKM

Post a Comment

0Comments
Post a Comment (0)