ପୁରୁଷ ଫ୍ରି ଷ୍ଟାଇଲ୍‌ କୁସ୍ତିରେ ପୁରୀ ବିଜେତା

zisanmohammad
0

କଟକ: ବାରବାଟୀ ଷ୍ଟାଡିୟମସ୍ଥିତ ସଚିନ ତେନ୍ଦୁଲକର ଇନ୍‌ଡୋର ହଲ୍‌ରେ କଟକ ଜିଲ୍ଲା କୁସ୍ତି ସ˚ଘ ଓ ରାଜ୍ୟ କୁସ୍ତି ସ˚ଘର ମିଳିତ ଆନୁକୂଲ୍ୟରେ ପାରମ୍ପରିକ ପୁରୁଷ ଫ୍ରି ଷ୍ଟାଇଲ୍‌ କୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏଥିରେ ପୁରୀ ଜିଲ୍ଲା ବିଜେତା ହୋଇଥିଲା ବେଳେ କଟକ ଦ୍ବିତୀୟ ସ୍ଥାନରେ ରହିଥିଲା। ପ୍ରତିଯୋଗିତାରେ କଟକ, ପୁରୀ, ଢେଙ୍କାନାଳ, ସମ୍ବଲପୁର, କେନ୍ଦ୍ରାପଡ଼ା ଆଦି ସ୍ଥାନରୁ ୨୦ ପ୍ରତିଯୋଗୀ ୪ ଓଜନ ବର୍ଗରେ ଅ˚ଶଗ୍ରହଣ କରିଥିଲେ। ସେଗୁଡ଼ିକ ମଧ୍ୟରୁ ୫୭ କିଗ୍ରାରେ ପ୍ରଶାନ୍ତ କୁମାର ବିଶ୍ବାଳ, ୬୫ କିଗ୍ରାରେ ପ୍ରତାପ ପ୍ରଧାନ, ୭୪ କିଗ୍ରାରେ କେଦାର ଦଳେଇ, ୮୬ କିଗ୍ରାରେ ଶ୍ୟାମସୁନ୍ଦର ମହାପାତ୍ର ପ୍ରଥମ ସ୍ଥାନରେ ରହିଥିଲେ। ଲକ୍ଷ୍ମୀ ପ୍ରସାଦ ପଟ୍ଟନାୟକ, ସନ୍ତୋଷ କୁମାର ଦାସ, ଶ୍ୟାମସୁନ୍ଦର ମହାପାତ୍ର, କୃଷ୍ଣମୋହନ ପାତ୍ର, ବନ୍ଦନା ଚୌଧୁରୀ, ଜିତେନ୍ଦ୍ର ଦାସ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ। କଟକ ଜିଲ୍ଲା କୁସ୍ତି ସ˚ଘ ସମ୍ପାଦକ କିଶୋର ବେହେରାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି ପ୍ରତିଯୋଗିତାରେ ରାଜ୍ୟ ସଭାପତି ରାମଚନ୍ଦ୍ର ପାଢୀ, ସମ୍ପାଦକ ବିନୋଦ ଦାସ, ଆୟୋଜକ ବିରଜା ପ୍ରସନ୍ନ ଦାସ, ନାରାୟଣ ନାୟକ, ପୂର୍ଣ୍ଣଚନ୍ଦ୍ର ପ୍ରତିହାରୀ, ଅମ୍ରିତ କୁମାର ସାହୁ ଅତିଥି ଭାବେ ଯୋଗଦେଇଥିଲେ।



from ଖେଳ – Sambad http://bit.ly/2Cw7KnL

Post a Comment

0Comments
Post a Comment (0)