ରାଜ୍ୟ କରା‌ଟେରେ ଭୁବନେଶ୍ବରର ବାଜିମାତ୍‌

zisanmohammad
0

ଜୟପୁର: ଏଠାରେ ଚାଲିଥିବା ୩୦ତମ ରାଜ୍ୟସ୍ତରୀୟ କରାଟେ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଭୁବନେଶ୍ବର ଓ ଅନୁଗୁଳ ବାଜି ମାରିଛନ୍ତି। ଭୁବନେଶ୍ବର ମୋଟ ୩୧ (୧୨ ସ୍ବର୍ଣ୍ଣ, ୯ ରୌପ୍ୟ ଓ ୧୦ କାଂସ୍ୟ) ପଦକ ଜିତି କୀର୍ତିମାନ ରଚିଛି। ଖୋର୍ଧା ୨ ସ୍ବର୍ଣ୍ଣ ଜିତିଥିବା ବେଳେ ଅନୁଗୁଳ ଗୋଟିଏ ସ୍ବର୍ଣ୍ଣ, ୨ ରୌପ୍ୟ ଓ ଗୋଟିଏ କାଂସ୍ୟ ସହ ମୋଟ ୪ ପଦକ ଜିତିଛି। ରାଉରକେଲା ଗୋଟିଏ ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ, ୩ କାଂସ୍ୟ ସହ ମୋଟ ୫ ପଦକ ପାଇ ଚତୁର୍ଥ ସ୍ଥାନରେ ରହିଛି। କୋରାପୁଟ ୩ ରୌପ୍ୟ, ୨ କାଂସ୍ୟ ସହ ପଞ୍ଚମ ଓ କନ୍ଧମାଳ ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ସହ ଷଷ୍ଠ ସ୍ଥାନରେ ରହିଛି। ମୟୂରଭଞ୍ଜ ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ସହ ସପ୍ତମ ସ୍ଥାନରେ ରହିଥିବା ବେଳେ କଟକ ୪ କାଂସ୍ୟ, ବାଲେଶ୍ବର, ବଲାଙ୍ଗୀର, ଗଞ୍ଜାମ, ଝାରସୁଗୁଡା ଓ ବରଗଡ ଗୋଟିଏ ଲେଖାଏଁ କାଂସ୍ୟ ପଦକ ଜିତିଛନ୍ତି। ହେଲେ କଳାହାଣ୍ଡି, ଯାଜପୁର, ନବରଙ୍ଗପୁର ଓ ରାୟଗଡା ପଦକ ଖାତା ଖୋଲି ପାରି ନାହାନ୍ତି। ପୁରୁଷ ବିଭାଗ ୫୦ କେଜି ବର୍ଗରେ ଭୁବନେଶ୍ବରର ରାଜନୀ ବିଶି, ୫୫ କେଜିରୁ କମ ବର୍ଗରେ ଭୁବନେଶ୍ବରର କୃଷ୍ଣଚନ୍ଦ୍ର ମହାରଣା, ୬୦ବର୍ଷରୁ କମ ବର୍ଗରେ ଭୁବନେଶ୍ବରର କୃଷ୍ଣଚନ୍ଦ୍ର ନାୟକ, ୬୭ ବର୍ଷରୁ କମ୍ ବର୍ଗରେ ଭୁବନେଶ୍ବରରେ ଦିଲ୍ଲୀପ କୁମାର ଜେନା, ୭୫ବର୍ଷରୁ କମ୍ ବର୍ଗରେ ଭୁବନେଶ୍ବରର ରାଜେଶ ମହାପାତ୍ର, ୮୪ ବର୍ଷରୁ କମ୍ ବର୍ଗରେ ରାଉରକେଲାର ଅଭିଷେକ ପଟ୍ଟନାୟକ, ୮୪ ବର୍ଷରୁ ଉର୍ଦ୍ଧ୍ବ ବର୍ଗରେ ଖୋର୍ଧାର ପବନ କୁମାର ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣ ପଦକ କବ୍‌ଜା କରିଛନ୍ତି। ବିଜେତାଙ୍କୁ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତି ଓ ବିଧାୟକ ତାରାପ୍ରସାଦ ବାହିନିପତି ପଦକ ସହ ପୁରସ୍କୃତ କରିଥିଲେ।



from ଖେଳ – Sambad http://bit.ly/2T6dfz3

Post a Comment

0Comments
Post a Comment (0)