
ଭୁବନେଶ୍ବର: ଭୁବନେଶ୍ବରର କିଶୋର କ୍ଲବ୍ ସପ୍ତମ ମଦନପୁର ରାଜ୍ୟସ୍ତରୀୟ ଫୁଟ୍ବଲ ପ୍ରତିଯୋଗିତାର ବିଜେତା ହୋଇଛି। ରବିବାର ଫାଇନାଲ୍ରେ କିଶୋର କ୍ଲବ୍ ୨-୦ ଗୋଲ୍ରେ ଜଟଣୀର ଫ୍ରେଣ୍ତସ୍ ପାରାଡାଇଜ୍କୁ ପରାସ୍ତ କରିଥିଲା। ମନୋଜ ମୁର୍ମୁ ୩୦ ଓ ୭୦ ମିନିଟ୍ରେ ଦୁଇଟିଯାକ ଗୋଲ ଦେଇଥିଲେ। ଫାଇନାଲ୍ ମ୍ୟାଚ୍କୁ ଶିବ ଶଙ୍କର ପଣ୍ତା, ସୁଶାନ୍ତ ମିଶ୍ର, ରମେଶ ଚନ୍ଦ୍ର ପାଇକରାୟ, ସୁଜିତ କୁମାର ପାତ୍ର, ପ୍ରଦୀପ ବଳିଆରସି˚ହ ପରିଚାଳନା କରିଥିଲେ। ବିଜେତା ଦଳ ଟ୍ରଫି ସହ ୯ ହଜାର ଓ ଉପବିଜେତା ଦଳ ଟ୍ରଫି ସହ ୬ ହଜାର ଟଙ୍କା ପୁରସ୍କାର ପାଇଥିଲେ। ମନୋଜ ମୁର୍ମୁଙ୍କୁ ଫାଇନାଲ୍ର ଏବଂ ଆନନ୍ଦ ନାୟକ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ। ରଶ୍ମୀ ସ୍ବାଇଁ ଶ୍ରେଷ୍ଠ ପ୍ରବନ୍ଧକ, କୁଜଙ୍ଗର କାଜ୍ ଶ୍ରେଷ୍ଠ ଶୃଙ୍ଖଳିତ ଦଳ ଭାବେ ପୁରସ୍କାର ଗ୍ରହଣ କରିଥିଲେ। ଅତିଥି ଭାବେ ପୂର୍ବତନ ରେଳବାଇ ପୁରୁଷ କ˚ଗ୍ରେସର ରମେଶ ଚନ୍ଦ୍ର ସାହୁ, ମଦନପୁର ସରପଞ୍ଚ ରଶ୍ମୀତା ନାୟକ, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ ଜେନା, ସମାଜସେବୀ ନବର˚ଜନ ପଟ୍ଟନାୟକ, ପୂର୍ବତନ ପ୍ରଧାନ ଶିକ୍ଷକ ଜଲିଲ୍ ଖାନ୍ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଏହି ଅବସରରେ ପୂର୍ବତନ ଖେଳାଳି ଶ୍ରୀକାନ୍ତ ସାହୁ, ଗୋପାଳ ଦାସ, ଅଶୋକ ରାଉତରାୟ, ମଧୁସୂଦନ ଦାସ, ଯୁଧିଷ୍ଠିର ସେଠୀଙ୍କୁ ସମ୍ବର୍ଧନା ଦିଆଯାଇଥିଲା।
from ଖେଳ – Sambad http://bit.ly/2CvjuqG