ଓଡ଼ିଶା ମହିଳା ମୁଷ୍ଟିଯୁଦ୍ଧ ପ୍ରତିଯୋଗିତା ଉଦ୍‌ଯାପିତ

zisanmohammad
0

ଭୁବନେଶ୍ବର: ଭୁବନେଶ୍ବର ମୁଷ୍ଟିଯୁଦ୍ଧ ସଂଘ ଏବଂ ଓଡ଼ିଶା ମୁଷ୍ଟିଯୁଦ୍ଧ ସଂଘର ମିଳିତ ଉଦ୍ୟମରେ ଆୟୋଜିତ ମହିଳା ମୁଷ୍ଟିଯୁଦ୍ଧ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ଚିନ୍ତାମଣିଶ୍ବର ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ପ୍ରତିଯୋଗିତାରୁ ୮ ଜଣଙ୍କୁ ଜାତୀୟ ପ୍ରତିଯୋଗିତା ପାଇଁ ମନୋନୀତ କରାଯାଇଛି। ସେମାନେ ହେଲେ ବର୍ଷା ନାଥ, ପ୍ରଣତି ପ୍ରଧାନ, ପିଜାଲିନ୍‌ ତରାଇ ଓ ଦାମିନୀ ପାଲ୍‌ (ସମସ୍ତେ ଭୁବନେଶ୍ବର), ସୁଲୋଚନା ମୁଖୀ (ରାଉର‌କେଲା), କେ କାରୁନ୍ୟା ଓ ସୁପ୍ରଭା ମହାନ୍ତି (ଦୁହେଁ ଗଞ୍ଜାମ), ଏସ୍‌ଏସ୍‌ ସଂଘମିତ୍ରା (କଟକ)। ବିଧାୟକ ବିଜୟ ମହାନ୍ତି ପ୍ରତିଯୋଗିତାର ଉଦ୍‌ଘାଟନ କରିଥିଲା ବେଳେ ମିଲନ୍‌ କାନୁନ୍‌ଗୋ, ରତିକାନ୍ତ ଦାସ, କୃଷ୍ଣଚନ୍ଦ୍ର ପଣ୍ଡା, ଅନିଲ ବହିଦାର, ଦିବ୍ୟେନ୍ଦୁ ଚକ୍ରବର୍ତୀ, ପଦ୍ମନାଭ ପାତ୍ର ଅତିଥି ଭାବେ ଯୋଗଦେଇଥିଲେ। କର୍ପୋରେଟର୍‌ ତଥା ମୁଷ୍ଟିଯୋଦ୍ଧା‌ ଅମରେଶ ଜେନା ପ୍ରତିଯୋଗିତା ପରିଚାଳନା କରିଥିଲେ।



from ଖେଳ – Sambad http://bit.ly/2EF5PyZ

Post a Comment

0Comments
Post a Comment (0)