୨୬ରେ ପୁଣି ବ୍ୟାଙ୍କ ଧର୍ମଘଟ

zisanmohammad
0

ନୂଆଦିଲ୍ଲୀ: ଆସନ୍ତା ୨୬ ତାରିଖରେ ପୁଣି ବ୍ୟାଙ୍କ ଧର୍ମଘଟ ହେବ। ବ୍ୟାଙ୍କ ଗୁଡ଼ିକର ୯ଟି ଯାକ ଅଫିସର ଓ କର୍ମଚାରୀ ସଂଘ ପକ୍ଷରୁ ଏହି ଧର୍ମଘଟ ଡାକରା ଦିଆଯାଇଛି। ମୁଖ୍ୟତଃ ବ୍ୟାଙ୍କ ଅଫ୍‌ ବରୋଦା ସହିତ ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କର ମିଶ୍ରଣକୁ ବିରୋଧ କରି ଏହି ଧର୍ମଘଟ କରାଯିବ। ଘରୋଇ ବ୍ୟାଙ୍କ ସମେତ ସରକାରୀ ବ୍ୟାଙ୍କ ଗୁଡ଼ିକର ପାଖାପାଖି ୧୦ ଲକ୍ଷ କର୍ମଚାରୀ ଏଥିରେ ସାମିଲ ହେବେ। ତୁରନ୍ତ ବେତନ ସଂଶୋଧନ ସମେତ ଅନ୍ୟାନ୍ୟ ଦାବିକୁ ନେଇ ସର୍ବ ଭାରତୀୟ ବ୍ୟାଙ୍କ ଅଫିସର ମହାସଂଘ (ଏଆଇବିଓସି) ପକ୍ଷରୁ ଗତ ୨୧ ତାରିଖରେ ଦିନିକିଆ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଥିଲା। ଏହାପରେ ୨୨ ଓ ୨୩ ତାରିଖ ଦୁଇ ଦିନ ବ୍ୟାଙ୍କ ଛୁଟି ଥିଲା। ଫଳରେ ଲଗାତାର ୩ ଦିନ ବ୍ୟାଙ୍କ ବନ୍ଦ ହୋଇଯାଇଥିଲା। ୨୪ ତାରିଖରେ ଗୋଟିଏ ଦିନ ପାଇଁ ବ୍ୟାଙ୍କ ଖୋଲା ରହିବା ପରେ ୨୫ ତାରିଖରେ ବଡ଼ଦିନ ଛୁଟି ଯୋଗୁ ଏବଂ ୨୬ ତାରିଖରେ ଧର୍ମଘଟ ଯୋଗୁ ବ୍ୟାଙ୍କ ବନ୍ଦ ରହିବ। ପୁଣି ଥରେ ବ୍ୟାଙ୍କ କାର୍ଯ୍ୟ ପ୍ରଭାବିତ ହେବ। ଗତ ସେପ୍ଟେ‌ମ୍ବରରେ ୩ଟି ବ୍ୟାଙ୍କର ମିଶ୍ରଣ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ମିଶ୍ରଣ ଉଭୟ ସରକାର କିମ୍ବା ଗ୍ରାହକଙ୍କ ସ୍ବାର୍ଥର ପରିପନ୍ଥୀ ବୋଲି ୟୁନାଇଟେଡ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ (ୟୁଏଫ୍‌ବିୟୁ) ପକ୍ଷରୁ କୁହାଯାଇଛି।



from ବାଣିଜ୍ୟ – Sambad http://bit.ly/2SnDi56

Post a Comment

0Comments
Post a Comment (0)