
ମୁମ୍ବାଇ:ବଲିଉଡରେ ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି ସୈଫ୍ ଅଲ୍ଲୀ ଖାନ୍ ଓ ଅମୃତା ସିଂହଙ୍କ ଝିଅ ସାରା ଅଲ୍ଲୀ ଖାନ୍। ତାଙ୍କର ପ୍ରଥମ ସିନେମା ‘କେଦାରାନାଥ୍’ ହିଟ୍ ହୋଇଛି। ଏହି ଫିଲ୍ମ ପରେ ତାଙ୍କର ଅନ୍ୟ ଏକ ସିନେମା ‘ସିମ୍ବା’ ବି ଏଇ ୨୮ ତାରିଖରେ ରିଲିଜ୍ ହେବାକୁ ଯାଉଛି।
ଏଇ ନିକଟରେ ସାରାଙ୍କର ଏକ ଭିଡ଼ିଓ ସାମ୍ନାକୁ ଆସିଛି। ଏଥିରେ ସାରା ଅଲ୍ଲୀ ଖାନ୍ଙ୍କ ସହ ରଣବୀର ସିଂହ ଓ କାର୍ତ୍ତିକ ଆର୍ଯ୍ୟନଙ୍କୁ ଦେଖିବାକୁ ମିଳିଛି। ଯାହା ଜଣାପଡ଼ୁଛି ରଣବୀର୍ ସାରା ଓ କାର୍ତ୍ତିକଙ୍କର ସେଟିଂ କରୁଛନ୍ତି। ରଣବୀର କାର୍ତ୍ତିକଙ୍କ ସହ ମିଶୁଛନ୍ତି। ତା’ପରେ ତାଙ୍କ କାନରେ କିଛି କହୁଛନ୍ତି। ଏହାପରେ ସେ କାର୍ତ୍ତିକଙ୍କୁ ନେଇ ସାରା ଅଲ୍ଲୀ ଖାନ୍ଙ୍କ ପାଖକୁ ଯାଉଛନ୍ତି। ତା’ପରେ ରଣବୀର ସାରାଙ୍କ ହାତ ଧରି କାର୍ତ୍ତିକଙ୍କ ହାତରେ ଦେଉଛନ୍ତି ଏବଂ କହୁଛନ୍ତି ‘ଅବଶେଷରେ ତୁମେ ଦୁହେଁ ଭେଟ ହେଲ।’ଏହାପରେ କ୍ୟାମେରା ଆଡ଼କୁ ଦେଖି ସେ ନିଜ ହାତରେ ହୃଦୟର ଚିହ୍ନ ଦେଖାଇଲେ। ଏହା ଦେଖି କାର୍ତ୍ତିକ ଓ ସାରା ଲାଜେଇ ଯାଉଛନ୍ତି।
ରଣବୀର ସିଂହଙ୍କ ମୁଖଭଙ୍ଗୀରୁ ଜଣାପଡ଼ୁଥିଲା ସାରା ଓ କାର୍ତ୍ତିକଙ୍କର ସେ ସେଟିଂ କରାଉଛନ୍ତି। କିଛି ଦିନ ତଳେ ସାରା ବାପା ସୈଫ୍ ଅଲ୍ଲୀ ଖାନ୍ଙ୍କ ସହିତ କରଣ ଜୋହରଙ୍କ ସୋ’‘କଫି ଉଇଥ୍ କରଣ’ରେ ଅଂଶଗ୍ରହଣ କରିଥିଲେ। ସେଠାରେ ସେ କହିଥିଲେ ଯେ,ରଣବୀର କପୁରଙ୍କୁ ବାହା ହେବାକୁ ଚାହାଁନ୍ତି ,ହେଲେ କାର୍ତ୍ତିକ ଆର୍ଯ୍ୟନ୍ଙ୍କ ସହ ଡେଟ୍ କରିବାକୁ ଚାହାଁନ୍ତି। ଏକଥା ଜାଣିବା ପରେ କାର୍ତ୍ତିକଙ୍କ ସହ ସାରାଙ୍କର ସେଟିଂ କରାଉଛନ୍ତି ରଣବୀର ସିଂହ।
from ମନୋରଞ୍ଜନ – Sambad http://bit.ly/2EL9YS5
