ବ୍ରାଣ୍ଡ୍‌ସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୧୯

zisanmohammad
0

ବ୍ରାଣ୍ଡ୍‌ସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ: ସମ୍ବାଦ ‌କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୧୯କୁ ନେଇ ବ୍ୟବସାୟୀ ଓ ଉଦ୍ୟୋଗ ଜଗତରେ ପ୍ରବଳ ଉତ୍ସାହ ଲାଗି ରହିଛି। ବହୁ ସଂଖ୍ୟାର ଆବେଦନ ଆସି ପହଞ୍ଚିଛି। ଚଳିତ ବର୍ଷ ପାଞ୍ଚଟି ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯିବ। ବୃହତ୍ ବା ଲାର୍ଜ, ମଧ୍ୟମ ବା ମିଡିୟମ୍, କ୍ଷୁଦ୍ର ବା ସ୍ମଲ୍‌, ଉଦୀୟମାନ ବା ଏମର୍ଜିଂ ଓ କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ ବା ସିଏସ୍‌ଆର୍‌ ବର୍ଗରେ ପୁରସ୍କାର ମିଳିବ। ଏହି ପୁରସ୍କାର ପାଇବା ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୨୦୧୯ ଜାନୁଆରି ୪। ପୁରସ୍କାର ପାଇଁ ଆବେଦନ କରିବା ପାଇଁ www.sambadawards.com ୱେବସାଇଟ୍ ଖୋଲାଯାଇଛି। ଆବେଦନକାରୀମାନେ ଏହି ୱେବସାଇଟ୍‌ରେ ଅତି ସହଜରେ ନିଜ ପସନ୍ଦର ବର୍ଗରେ ଆବେଦନ କରିପାରିବେ। ଗୋଟିଏ ସଂସ୍ଥା ଲାର୍ଜ, ମିଡିୟମ୍, ସ୍ମଲ୍‌ ଏବଂ ଏମର୍ଜିଂ ମଧ୍ୟରୁ ଯେକୌଣସି ଗୋଟିଏ ସମେତ ସିଏସ୍‌ଆର୍‌ ବର୍ଗରେ ମଧ୍ୟ ଆବେଦନ କରିପାରିବେ। ଅର୍ଥାତ ସିଏସ୍‌ଆର୍‌କୁ ମିଶାଇ ଯେକୌଣସି କଂପାନି କିମ୍ବା ସଂସ୍ଥା ଦୁଇଟି ଆବେଦନ କରିପାରିବେ। ତେବେ ଉକ୍ତ ସଂସ୍ଥା ବ୍ୟାପକ ଭାବେ ସାମାଜିକ କଲ୍ୟାଣମୂଳକ କାର୍ଯ୍ୟ କରୁଥିବା ଦରକାର। ଏକ ସ୍ବତନ୍ତ୍ର ବିଚାରକ ମଣ୍ଡଳୀ ସମସ୍ତ ଆବେଦନଗୁଡ଼ିକୁ ଯାଞ୍ଚ କରିବା ପରେ ବିଜେତା ଚୟନ କରି‌ବେ। ସେଥିରେ ଅନ୍ୟ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପ ରହିବ ନାହିଁ। ପୁରସ୍କାର ସମ୍ପୂର୍ଣ୍ଣ ଯୋଗ୍ୟତା ଭିତ୍ତିରେ ପ୍ରଦାନ କରାଯିବ ଓ ଏହା ନିରପେକ୍ଷ ରହିବ। ଏହି ପୁରସ୍କାର ବିଷୟରେ ସମସ୍ତ ବିବରଣୀ ୱେବସାଇଟ୍‌ରେ ଉପଲବ୍ଧ ହେଉଛି। ଆବେଦନ କରିବା ପାଇଁ ପ୍ରଥମେ ୱେବସାଇଟ୍ ଖୋଲିବାକୁ ପଡ଼ିବ। ମୁଖ୍ୟ ପୃଷ୍ଠା (ମେନ୍‌ ପେଜ୍‌)ର ଡାହାଣ ପାର୍ଶ୍ବରେ ‘ଆପ୍ଲାଏ ନାଓ’ ବ୍ଲିଙ୍କ୍‌ ହେଉଛି। ସେହି ଠାରେ କ୍ଲିକ୍ କରି ଅତି ସହଜରେ ଆବେଦନ କରିହେବ। କେଉଁ କେଉଁ ବର୍ଗରେ ପୁରସ୍କାର ପ୍ରଦାନ କରାଯିବ ତାହାର ବିବରଣୀ ମଧ୍ୟ ଏହି ୱେବସାଇଟ୍‌ର ‘କାଟେଗୋରି’ ପର୍ଯ୍ୟାୟରେ ରହିଛି। ପୂର୍ବ ସଂସ୍କରଣରେ କେଉଁମାନେ ପୁରସ୍କାର ପାଇଥିଲେ ସେ ବିଷୟରେ ମଧ୍ୟ ବିସ୍ତୃତ ସୂଚନା ୱେବସାଇଟ୍‌ରେ ଉପଲବ୍ଧ ହୋଇଛି।



from ବାଣିଜ୍ୟ – Sambad http://bit.ly/2AdnPx4

Post a Comment

0Comments
Post a Comment (0)