ବିଶ୍ବର ବଡ଼ ଷ୍ଟକ ବଜାର: ସପ୍ତମ ସ୍ଥାନରେ ଭାରତ

zisanmohammad
0

ନୂଆଦିଲ୍ଲୀ: ଭାରତର ଷ୍ଟକ ବଜାର ହେଉଛି ବିଶ୍ବର ସପ୍ତମ ବଡ଼ ଷ୍ଟକ ବଜାର। ଭାରତର ଷ୍ଟକ ବଜାର ପରିମାଣ ହେଉଛି ୨.୧ ଟ୍ରିଲିଅନ୍ ଡଲାର। ୨୦୧୭ରେ ଭାରତର ଷ୍ଟକ ବଜାର ପରିମାଣ ୨.୪ ଟ୍ରିଲିଅନ୍‌ ଡଲର ଥିବା ସତ୍ତ୍ବେ ଏହା ନବମ ସ୍ଥାନରେ ଥିଲା। ଚଳିତ ବର୍ଷ ଷ୍ଟକ ବଜାରରେ ନିବେଶକମାନେ ୩୦୮ ବିଲିଅନ୍‌ ଡଲାର ହରାଇଛନ୍ତି। ଏହା ସତ୍ତ୍ବେ ଭାରତୀୟ ଷ୍ଟକ ବଜାରର ମାନ୍ୟତା ଦୁଇ ପାହାଚ ଉପରକୁ ଉଠି ସପ୍ତମ ସ୍ଥାନରେ ପହଞ୍ଚିଛି। ଚଳିତ ବର୍ଷ ବମ୍ବେ ଷ୍ଟକ ବଜାରର ସେନ୍‌ସେକ୍ସ ଗତବର୍ଷ ତୁଳନାରେ ୫% ବୃଦ୍ଧି ପାଇଛି। ସବୁଠାରୁ ଖରାପ ପ୍ରଦର୍ଶନ କରିଛି ଜର୍ମାନି ଓ କାନାଡାର ଷ୍ଟକ ବଜାର।

ଏହି ଦୁଇ ଦେଶର ମାନ୍ୟତା ଭାରତ ଠାରୁ ଖରାପ ରହିଛି। ୨୦୧୮ରେ ଶ୍ରେଷ୍ଠ ୧୦ ସ୍ଥାନରେ ଥିବା ସବୁ ଦେଶର ଷ୍ଟକ ବଜାରରେ ନିବେଶକମାନେ ବିପୁଳ ପରିମାଣର ନିବେଶ ରାଶି ହରାଇଛନ୍ତି। ଏହି ଷ୍ଟକ ବଜାରଗୁଡ଼ିକରେ ତାଲିକାଭୁକ୍ତ ଥିବା କଂପାନିଗୁଡ଼ିକର ବଜାର ପୁଞ୍ଜି ପରିମାଣ ହ୍ରାସ ପାଇଛି। ଭାରତରେ ଚଳିତ ବର୍ଷ ଷ୍ଟକ ବଜାରରେ କାରବାର ଅସ୍ଥିର ରହିଥିଲା। ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ହ୍ରାସ ଓ ବିଦେଶୀ ନିବେଶକମାନେ ବିପୁଳ ପରିମାଣର ପୁଞ୍ଜି ପ୍ରତ୍ୟାହାର କରିନେବା ଯୋଗୁଁ ଏକ ସମୟରେ ବମ୍ବେ ଷ୍ଟକ ବଜାର ସେନ୍‌ସେକ୍ସରେ ବହୁତ ହ୍ରାସ ହୋଇଥିଲା।



from ବାଣିଜ୍ୟ – Sambad http://bit.ly/2SjFj22

Post a Comment

0Comments
Post a Comment (0)