ପାୱାର ପ୍ଲାଣ୍ଟ୍ ପାଇଁ ୨୦୦ ସ୍ଥାନ ଚିହ୍ନଟ

zisanmohammad
0

ନୂଆଦିଲ୍ଲୀ: ଦେଶରେ ବିଦ୍ୟୁତ୍ ପ୍ଲାଣ୍ଟ ସ୍ଥାପନ ପାଇଁ ୨୦୦ଟି ସମ୍ଭାବ୍ୟ ସ୍ଥାନ ଚିହ୍ନଟ କରାଯାଇଛି। ଏସବୁ ସ୍ଥାନରେ ମୋଟ ୪୨୮.୯ ଗିଗାୱାଟର ବିଦ୍ୟୁତ୍ ଉତ୍ପାଦନ ହେବ। ଦେଶର ବର୍ତ୍ତମାନ ମୋଟ ବିଦ୍ୟୁତ୍ ଉତ୍ପାଦନ କ୍ଷମତା (୩୪୬.୬୧ ଗିଗାୱାଟ)ଠାରୁ ଏହା ଅଧିକ। କେନ୍ଦ୍ରୀୟ ବିଦ୍ୟୁତ୍ କର୍ତ୍ତୃପକ୍ଷ (ସିଇଏ) ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନରୁ ଏହା ଜଣାପଡ଼ିଛି। ଅତ୍ୟାଧୁନିକ ପ୍ରଯୁକ୍ତିକୁ ବ୍ୟବହାର କରି ସିଇଏ ଏସବୁ ସମ୍ଭାବ୍ୟ ସ୍ଥାନ ଚିହ୍ନଟ କରିଛି। ଦେଶରେ ସବୁଜ ବିଦ୍ୟୁତ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ବ ଦିଆଯାଉଥି‌ଲେ ବି ତାପଜ ବିଦ୍ୟୁତ୍ ପ୍ଲାଣ୍ଟ ପାଇଁ ଏସବୁ ସମ୍ଭାବ୍ୟ ସ୍ଥାନ ଚିହ୍ନଟ କରାଯାଇଛି ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି। ଏସବୁ କାରଖାନାର ମୋଟ ବିଜୁଳି ଉତ୍ପାଦନ କ୍ଷମତା ୪,୨୮,୯୦୫ ମେଗାୱାଟ ରହିବ। ଦେଶରେ ଆଗାମୀ ଦିନରେ ବିଜୁଳି ଚାହିଦା ଅଧିକ ରହିବ। ଏଥିସହିତ ଆସନ୍ତା ମାର୍ଚ୍ଚ ସୁଦ୍ଧା ଦେଶର ସବୁ ଘରକୁ ବିଜୁଳି ଯୋଗାଣ ପାଇଁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ୧୬,୩୨୦ କୋଟି ଟଙ୍କାର ଏକ ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିସହିତ ଆସନ୍ତା ଏପ୍ରିଲ ପହିଲାରୁ ସରକାର ଲୋକଙ୍କୁ ୨୪ ଘଣ୍ଟିଆ ବିଜୁଳି ସେବା ଯୋଗାଇବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି। ଏଥିପାଇଁ ଦେଶରେ ଉଭୟ ଅକ୍ଷୟ ଶକ୍ତି ଓ ତାପଜ ଶକ୍ତି ଅଧିକ ମାତ୍ରାରେ ଉତ୍ପାଦନ ହେବାର ଆବଶ୍ୟକତା ରହିଛି। ଜଳ ଏବଂ ଆଣବିକ ବିଜୁଳି ଉତ୍ପାଦନ ଖର୍ଚ୍ଚ ଅପେକ୍ଷାକୃତ ଭାବେ ଅଧିକ ହୋଇଥିବାରୁ ସରକାର ତାପଜ ବିଦ୍ୟୁତ ଉତ୍ପାଦନ ଉପରେ ଗୁରୁତ୍ବ ଦେବେ। ଦେଶରେ ଏବେ ୩୭ଟି ଜଳବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ ହେଉଛି। ଏଗୁଡ଼ିକରୁ ମୋଟ ୧୨,୧୭୫ ମେଗାୱାଟ କାରଖାନା ନିର୍ମାଣର ବିଭିନ୍ନ ପର୍ଯ୍ୟାୟରେ ଯହିଛି। ଏଥିରୁ ୧୬ଟି ପ୍ରକଳ୍ପ ନିର୍ମାଣ ବିଭିନ୍ନ ପର୍ଯ୍ୟାୟରେ ରହିଛି।



from ବାଣିଜ୍ୟ – Sambad http://bit.ly/2Si1llP

Post a Comment

0Comments
Post a Comment (0)