ପୁଣି ଅଟକିଲା ଦ୍ବିତୀୟ ବ୍ରାହ୍ମଣୀ ସେତୁ କାମ

zisanmohammad
0

ରାଉରକେଲା : ସ୍ଥାନୀୟ ଜମି ମାଲିକ ଓ ‌ପେସା ଗ୍ରାମ ସଭାର ବିରୋଧ ଯୋଗୁଁ ଦୁଇ ଦିନ ତଳେ ବେଦବ୍ୟାସ ଦଣ୍ଡିଆପାଲି ପଟୁ ଆରମ୍ଭ ହୋଇଥିବା ଦ୍ବିତୀୟ ବ୍ରାହ୍ମଣୀ ସେତୁ କାମ ବନ୍ଦ ରହିଛି। ଶତାଧିକ ପୁରୁଷ ମହିଳା ପହଞ୍ଚି କାମକୁ କଡ଼ା ବିରୋଧ କରିଛନ୍ତି। ଫଳରେ, ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଆଜି ସକାଳ ପ୍ରାୟ ୧୦ଟାରୁ ସେତୁ କାମ ଆରମ୍ଭ ହେବା ମାତ୍ରେ ଦଣ୍ଡିଆପାଲି ଅଞ୍ଚଳର ଯଶନିତା ମିଞ୍ଜଙ୍କ ନେତୃତ୍ବରେ ଶତାଧିକ ପୁରୁଷ ମହିଳା ପହଞ୍ଚି କାମକୁ ବିରୋଧ କରିଥିଲେ। ‘ ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କରାଯାଇ ନାହିଁ। ଜୋରଜବରଦସ୍ତ ସେତୁ କାମ କରାଯାଉଛି। ଏଠାରେ ବସ୍ତିବାସିନ୍ଦାଙ୍କ ୧୮ ପରିବାର ପ୍ରାୟ ୧୦ ଏକର ଜମି ରହିଛି। ସେମାନଙ୍କୁ ଏ ବାବଦରେ ସେମିତି କ୍ଷତିପୂରଣ ମିଳି ନାହିଁ। ବର୍ଷ ବର୍ଷ ଧରି ପରିବାର ଲୋକ ଏଠାରେ ଚାଷ କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି। ଜମି ଚାଲିଗଲେ ପରିବାର ଲୋକ କୁଆଡେ ଯିବେ,’ ବୋଲି ଯଶନିତା ଉପସ୍ଥିତ ପ୍ରଶାସନିକ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ।

ଅନ୍ୟପଟେ ଲାଠିକଟା ତହସିଲଦାର ମନସ୍ବିନୀ ଦାସ କହିଥିଲେ ଯେ, ପ୍ରାୟ ୧୮ ପରିବାର ଜମି ପଟ୍ଟା ରହିଛି। ଏ ବାବଦରେ ସେମାନଙ୍କୁ କ୍ଷତିପୂରଣ ଦିଆଯାଇଛି। ଜମି ନଥିବା କିଛି ଲୋକ ଏହା ତାଙ୍କର ଜମି ବୋଲି ଦାବି କରୁଛନ୍ତି।‌ ସେମାନଙ୍କ ସମସ୍ୟାର ଖୁବ୍‌ଶୀଘ୍ର ସମାଧାନ କରାଯାଇ କାମ କରାଯିବ ‌େବାଲି ସେ କହିଛନ୍ତି। ତେବେ, ସ୍ଥାନୀୟ ଲୋକଙ୍କ ବିରୋଧ ଦ୍ବିତୀୟ ବ୍ରାହ୍ମଣୀ ସେତୁ କାମକୁ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି।



from ଜିଲ୍ଲା – Sambad http://bit.ly/2PZlF9E

Post a Comment

0Comments
Post a Comment (0)