ବୋର୍ଡ କାର୍ଯ୍ୟାଳୟ ପୋଡ଼ି ଘଟଣା : ୨୬ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ

zisanmohammad
0

ସମ୍ବଲପୁର : ସମ୍ବଲପୁର ମାଧ୍ୟମିକ ଶିକ୍ଷା ପରିଷଦ ଆଞ୍ଚଳିକ କାର୍ଯ୍ୟାଳୟ ପୋଡ଼ି ଘଟଣା ଯୋଗୁଁ କ୍ଷୟକ୍ଷତି ନେଇ ଅନ୍ତିମ ରିପୋର୍ଟ ୨୬ ତାରିଖ ସୁଦ୍ଧା ବୋର୍ଡ ସଚିବଙ୍କୁ ଦିଆଯିବ। କ୍ଷୟକ୍ଷତି ଆକଳନ ପାଇଁ ଆସିଥିବା କଟକ ବୋର୍ଡ ଅଫିସ୍‌ର ଏକ ସ୍ବତନ୍ତ୍ର ଦଳ ଏହା କହିଛନ୍ତି।

ଗତ ୨୦ ତାରିଖ ଦିନ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ କାର୍ଯ୍ୟାଳୟକୁ ଦୁର୍ବୃତ୍ତମାନେ ପୋଡ଼ି ଦେଇଥିଲେ। ଏହାର କ୍ଷୟକ୍ଷତି ଆକଳନ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦର ସହକାରୀ ସଚିବ ବଳରାମ ହୋତାଙ୍କ ନେତୃତ୍ବରେ ଏକ ଦଳ ଏଠାକୁ ଆସିଥିଲେ। ଅନ୍ୟ ଦୁଇଜଣ ହେଲେ, ବୋର୍ଡ କାର୍ଯ୍ୟାଳୟର ସହକାରୀ ସଚିବ ଅମର ବେହେରା ଓ କନିଷ୍ଠ ଯନ୍ତ୍ରୀ ପ୍ରିୟରଂଜନ ବେହେରା

ଏହି ଦଳ ଦିନତମାମ ବୋର୍ଡ କାର୍ଯ୍ୟାଳୟ ଅନୁଧ୍ୟାନ ସହିତ କାଗଜପତ୍ର, ରେକର୍ଡ ରୁମ ଦେଖିଥିଲେ। ଏହି ସମୟରେ ଫର୍ନିଚର, ଲାଇଟ, ଫ୍ୟାନ ପୋଡି ଯାଇଥିବା ଦେଖିଥିଲେ। ଦେଖିବାକୁ ପାଇଥିଲେ ଯେ, ଷ୍ଟିଲ ଫର୍ନିଚର, ଚୌକି, ଟେବୁଲ ଭଙ୍ଗା ଯାଇଥିବାରୁ ଏହା ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। ତେବେ, ଫର୍ମପୂରଣ କରିଥିବା ପ୍ରମାଣପତ୍ର, ଫି ସମେତ ଗୁରୁତ୍ବପୂର୍ଣ୍ଣ ତଥ୍ୟର ଫାଇଲ, ଫର୍ମ, ପମ୍ପ ପୋଡ଼ି ଯାଇଛି। ବିଦ୍ୟାର୍ଥୀଙ୍କ ନାମ ଅନଲାଇନରେ ଅପଲୋଡ ହୋଇଥିବାରୁ ପରୀକ୍ଷା ଦେବାରେ ସମସ୍ୟା ହେବ ନାହିଁ।

ଏ ସମ୍ପର୍କରେ ‘ ବର୍ତ୍ତମାନ ପର୍ଯ୍ୟନ୍ତ ବୋର୍ଡ ପରୀକ୍ଷା କେତେ ପ୍ରମାଣପତ୍ର ନଷ୍ଟ ହୋଇଛି ଏହା ସ୍ପଷ୍ଟ ନୁହେଁ। ଏ ନେଇ ଆକଳନ ଜାରି ରହିଛି। କିଛି ପ୍ରମାଣପତ୍ର ନଷ୍ଟ ହୋଇଛି। ରେକର୍ଡ ରୁମ ଲକ ଥିବାରୁ ସେଠାରେ ଥିବା ପାଠ୍ୟପୁସ୍ତକ ସୁରକ୍ଷିତ ରହିଛି, ’ ବୋଲି ଶ୍ରୀ ହୋତା କହିଛନ୍ତି।



from ଜିଲ୍ଲା – Sambad http://bit.ly/2V8e2Bh

Post a Comment

0Comments
Post a Comment (0)