ପିଶାଚ ପ୍ରେମିକର ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟଣା : ଅଭିଯୁକ୍ତର ମା’, ଭଉଣୀ ସମେତ ୫ ଅଟକ

zisanmohammad
0

ପୁରୀ : ସତ୍ୟବାଦୀ ଅଞ୍ଚଳର ବହୁଚର୍ଚ୍ଚିତ ସସ୍ମିତା ବିଶ୍ବାଳ ହତ୍ୟାକାଣ୍ଡ ଘଟଣାରେ ପୁଲିସ ଆଜି ଅଭିଯୁକ୍ତ ଯୁଧିଷ୍ଠିର ସ୍ବାଇଁର ମା ଝାମ୍ପି ସ୍ବାଇଁ, ଭଉଣୀ ସମେତ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଗତକାଲି ସତ୍ୟବାଦୀ ଥାନା ପୁଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଅଭିଯୁକ୍ତ ଯୁଧିଷ୍ଠିରର ଡେଲାଙ୍ଗ କୁଞ୍ଜର ଘରେ ଚଢ଼ାଉ କରି ସସ୍ମିତାଙ୍କର ବ୍ୟବହୃତ ପୋଷାକ, ଚପଲ, ବିବାହ ପଂଜୀକରଣ ପ୍ରମାଣପତ୍ର ଓ ଅନ୍ୟ କିଛି ଜରୁରୀ କାଗଜପତ୍ର ଜବତ କରିଥିଲା। ଅଭିଯୁକ୍ତ ଘରୁ ସସ୍ମିତାଙ୍କର ଚପଲ ମିଳିଥିବାରୁ ହତ୍ୟାକାଣ୍ଡ ସ୍ଥାନ ଚନ୍ଦକା ନା ଆଉ କେଉଁଠି ତାକୁ ନେଇ ପୁଲିସ ଖୋଳତାଡ ଜାରି ରଖିଛି। ସସ୍ମିତାଙ୍କୁ ଗତ ୧୩ ତାରିଖ ଦିନ ଯୁଧିଷ୍ଠିର ନିଜ ଘରକୁ ଆଣିବା ପରେ ବିବାହକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା କୁହାଯାଉଛି। ପରେ ଯୁଧିଷ୍ଠିର ଓ ତା’ର ପରିବାର ଲୋକେ ମିଶି ସସ୍ମିତାଙ୍କ ବେକକୁ ଚିପି ହତ୍ୟା କରିଥିବା ଏବଂ ଶବକୁ ନେଇ ଚନ୍ଦକା ମଳିପଡ଼ାରେ ମୁଣ୍ଡଗଣ୍ଡି ଅଲଗା କରିଥିବା ପୁଲିସ ସନ୍ଦେହ କରୁଛି। ଏହି ଘଟଣାରେ ଯୁଧିଷ୍ଠିର ଏକାଧିକ ଅଭିଯୁକ୍ତ ସାମିଲ ଥିବା ସନ୍ଦେହ କ୍ରମଶଃ ଦୃଢ଼ୀଭୂତ ହେବାରେ ଲାଗିଛି।

ସୂଚନାଯୋଗ୍ୟ, ସତ୍ୟବାଦୀ ଥାନା ଗୋଲ ବିଂଝେଇପଡ଼ା ଗ୍ରାମର କିଶୋର ବିଶ୍ବାଳଙ୍କ ଝିଅ ସସ୍ମିତା ଗତ ୧୩ ତାରିଖଠାରୁ ନିଖୋଜ ଥିଲେ। ପରେ ତାଙ୍କ ମୃତ ଦେହ ଭୁବନେଶ୍ବର ଚନ୍ଦକା ଥାନା ମଳିପଡ଼ାରୁ ଉଦ୍ଧାର କରାଯାଇଥିଲା। ଆସନ୍ତାକାଲି ପୁଲିସ ଯୁଧିଷ୍ଠିରକୁ ରିମାଣ୍ଡରେ ଆଣିବ ବୋଲି ସତ୍ୟବାଦୀ ଥାନା ସୂତ୍ରରୁ ଜଣାପଡିଛି।



from ଅପରାଧ – Sambad http://bit.ly/2Q3mv5m

Post a Comment

0Comments
Post a Comment (0)