ଚା’ରେ ନିଶା ଦେଇ ସର୍ବସ୍ୱ ନେଇଗଲେ

zisanmohammad
0

ଭୁବନେଶ୍ବର: ଭୁବନେଶ୍ବର ରେଳ ଷ୍ଟେସନରେ ମାତିଛନ୍ତି ନିଶାଦିଆ ଲୁଟେରା। ଚା’ରେ ନିଶା ଦେଇ ଲୁଟି ନେଉଛନ୍ତି ସର୍ବସ୍ୱ। ଆଜି ଷ୍ଟେସନ୍‌ ବାହାରେ ଦୁଇଜଣ ଯୁବକଙ୍କୁ ଏଭଳି ଲୁଟ୍‌ କରାଯାଇଛି। ଟ୍ରେନ୍‌ରେ ଫେରିଥିବା ଦୁଇଜଣ ଯୁବକଙ୍କୁ ମାଷ୍ଟର କ୍ୟାଣ୍ଟିନ୍‌ଠାରେ ନିଶା ଦେଇ ଦୁର୍ବୃତ୍ତମାନେ ଲୁଟିଛନ୍ତି। ଲୁଟ୍‌ର ଶିକାର ହୋଇଥିବା ଯୁବକ ହେଉଛନ୍ତି, ବାଲେଶ୍ବର କଷାଫଳର ହରିରାମ ଦାସ ଓ କେଉଁଝର କେଣ୍ଢେଇପୋଷିର ରାଜକିଶୋର ନାୟକ। ଷ୍ଟେସନ୍‌ ମୁଖ୍ୟ ଫାଟକରୁ ସେମାନଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଚେତା ଫେରିବା ପରେ ସେମାନେ ପୁଲିସକୁ କହିଛନ୍ତି ଯେ ଉଭୟ ବମ୍ବେରେ ଏକ ଘରୋଇ ସଂସ୍ଥାରେ କାମ କରନ୍ତି। ସେମାନେ ଟ୍ରେନ୍‌ ଯୋଗେ ଫେରି ପୂର୍ବାହ୍ନରେ ଭୁବନେଶ୍ବର ଷ୍ଟେସନରେ ଓହ୍ଲାଇଥିଲେ। ଓହ୍ଲାଇବା ପରେ ଦୁଇଜଣ ଯୁବକ ତାଙ୍କ ସହ ବନ୍ଧୁତା ସ୍ଥାପନ କରି ଏକାଠି ଚା’ ପିଇଥିଲେ। ଚା’ ପିଇବା ପାରେ ସେମାନେ ଚେତାଶୂନ୍ୟ ହୋଇଯାଇଥିଲେ। ଏହି ସୁଯୋଗରେ ତାଙ୍କ ପାଖରେ ଥିବା ବ୍ୟାଗ୍‌, ମୋବାଇଲ, ଉଭୟଙ୍କ ପାଖରୁ ପାଖାପାଖି ୨ ହଜାର ଟଙ୍କା ‌ସେମାନେ ନେଇ ଯାଇଥିଲେ। ପିସିଆର ଭ୍ୟାନ୍‌ ଜରିଆରେ ତାଙ୍କୁ ‌କ୍ୟାପିଟାଲ ହସ୍‌ପିଟାଲ ଅଣାଯାଇଥିଲା। ତାଙ୍କର କେହି ନଥିବାରୁ ସହାୟ ପକ୍ଷରୁ ତାଙ୍କୁ ସହାୟତା ପ୍ରଦାନ କରାଯାଇଥିଲା।



from ଅପରାଧ – Sambad http://bit.ly/2V3nxSq

Post a Comment

0Comments
Post a Comment (0)