ସଚେତନତାର ଅଭାବ, ବଢୁଛି ଶିଶୁ ଶ୍ରମିକ: ଆଇନ କାର୍ଯ୍ୟକାରୀ ନେଇ ପ୍ରଶ୍ନବାଚୀ?

zisanmohammad
0
ସଚେତନତାର ଅଭାବ, ବଢୁଛି ଶିଶୁ ଶ୍ରମିକ: ଆଇନ କାର୍ଯ୍ୟକାରୀ ନେଇ ପ୍ରଶ୍ନବାଚୀ?

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଦିନକୁ ଦିନ ଶିଶୁ ଶ୍ରମିକ ବୃଦ୍ଧି ସାଧାରଣରେ ଚିନ୍ତାର କାରଣ ହୋଇଛି। ଜିଲ୍ଲାର ସୋନପୁର-ବଲାଙ୍ଗୀର, ସୋନପୁର-ସମ୍ବଲପୁର, ସୋନପୁର-ବୀରମହାରାଜପୁର, ସୋନପୁର-ବରଗଡ଼ ରାସ୍ତାରେ ପ୍ରାୟ ୩୦ରୁ ଅଧିକ ଢାବା ରହିଛି। ଢାବାଗୁଡ଼ିକରେ ଶିଶୁ ଶ୍ରମିକ ନିୟୋଜନ କରାଯାଉଥିବାର ଗୁରୁତର ଅଭିଯୋଗ ହେଉଛି। ମାତ୍ର ଏଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ। କେବଳ ଢାବା ନୁହେଁ ଚା ଦୋକାନଠାରୁ ଆରମ୍ଭ କରି ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ରାସ୍ତାଘାଟ ନିର୍ମାଣ, କେନ୍ଦୁପତ୍ର ତୋଳା ଆଦି କାମରେ ଜିଲ୍ଲାରେ ଶିଶୁ ଶ୍ରମିକ କାର୍ଯ୍ୟ କରୁଥିବା ଜଣାଯାଇଛି। ଶିଶୁ ଶ୍ରମିକ ଆଇନ ଏଠାରେ କଡ଼ାକଡ଼ି ଲାଗୁ କରାଯାଇ ନଥିବାରୁ ଶିଶୁ ଶ୍ରମିକ ବୃଦ୍ଧି ଘଟିବା ସହିତ ନିୟୋଜନ କରୁଥିବା ଲୋକଙ୍କ ମଧ୍ୟରେ ଭୟ ମଧ୍ୟ ରହୁ ନାହିଁ। ସଚେତନତା କାର୍ଯ୍ୟକ୍ରମ କେବଳ ଚାରି କାନ୍ଥ ମଧ୍ୟରେ ସୀମିତ ରହିଛି।



from ଜିଲ୍ଲା – Sambad https://ift.tt/2KnlMc8

Post a Comment

0Comments
Post a Comment (0)