କଲେଜ ଛାତ୍ରଙ୍କ ମୋବାଇଲ୍‌ ଲୁଟ୍‌, ୪ ଗିରଫ

zisanmohammad
0
କଲେଜ ଛାତ୍ରଙ୍କ ମୋବାଇଲ୍‌ ଲୁଟ୍‌, ୪ ଗିରଫ

ପୁରୁଣା ଭୁବନେଶ୍ୱର: ବିଜେବି ନଗର ବକ୍ସି ଜଗବନ୍ଧୁ ପାର୍କରେ ବସିଥିବା ଦୁଇଜଣ କଲେଜ ଛାତ୍ରଙ୍କ ମୋବାଇଲ୍‌ ଲୁଟ୍‌ କରିବା ଅଭିଯୋଗରେ ବଡ଼ଗଡ଼ ଥାନା ପୁଲିସ ଚାରିଜଣକୁ ଗିରଫ କରିଛି। ଗିରଫ ଯୁବକମାନେ ହେଲେ, ସ୍ଥାନୀୟ ମଇଁଷିଆଖାଲ ବସ୍ତିର ରଘୁନାଥ ଦାସ(୨୧), ଡି ରାଜା(୧୯), ଭାସ୍କର ବେହେରା ଓରଫ ଶିବ(୨୨) ଓ ରାହୁଲ ଦାସ ଓରଫ ଜଗା ବେହେରା(୨୩)। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ନାଗେଶ୍ୱରଟାଙ୍ଗୀ ଅଞ୍ଚଳର ଜଗନ୍ନାଥ ସାମଲ ଓ ସୋମେଶ ପିଡିତିକା ସନ୍ଧ୍ୟାରେ ପାର୍କରେ ବସିଥିବା ବେଳେ ଚାରିଜଣ ଯୁବକ ତାଙ୍କୁ ଧମକ ଚମକ ଦେବା ସହ ସେମାନଙ୍କ ମୋବାଇଲ ଲୁଟି ନେଇଥିଲେ। ଏ ସଂପର୍କରେ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ ହୋଇଥିଲା।



from ଅପରାଧ – Sambad https://ift.tt/2OEkMnr

Post a Comment

0Comments
Post a Comment (0)