କଟକରେ ନକଲି ସିମେଣ୍ଟ କାରଖାନା ଠାବ

zisanmohammad
0
କଟକରେ ନକଲି ସିମେଣ୍ଟ କାରଖାନା ଠାବ

କଟକ : କଟକରେ ଦୀର୍ଘଦିନ ଧରି ଚାଲିଥିବା ନକଲି ସିମେଣ୍ଟ କାରଖାନାକୁ ଆଜି ଠାବ କରାଯାଇଛି। ପୁଲିସ ଏହି ନକଲି କାରଖାନା ଉପରେ ଚଢ଼ଉ କରି ୪୦୦ ବସ୍ତା ସିମେଣ୍ଟ ଜବତ କରିବା ସହିତ ୮ ଜଣଙ୍କୁ ଅଟକ ରଖିଛି। ଏଥିସହିତ ପୁଲିସ ବିପୁଳ ପରିମାଣର ଖାଲି ଅଖା, ସିମେଣ୍ଟରେ ମିଶ୍ରଣ ହେଉଥିବା ବିଭିନ୍ନ ସାମଗ୍ରୀ ସହିତ ସିମେଣ୍ଟ କାରଖାନାରେ ବ୍ୟବହୃତ ହେଉଥିବା ଯନ୍ତ୍ରାଶଂକୁ ମଧ୍ୟ ଜବତ କରିଛି। ଏହି ନକଲି କାରଖାନା କେବେଠାରୁ ଚାଲିଛି ଓ ଅପମିଶ୍ରିତ ସିମେଣ୍ଟ କେଉଁ ସବୁ ଅଞ୍ଚଳକୁୁ ଚାଲାଣ କରାଯାଉଥିଲା, ସେ ସମ୍ପର୍କରେ ପୁଲିସ ତଦନ୍ତ ଜାରି ରଖିଛି। ପୁଲିସ ଚଢ଼ଉ ପରେ ଏହି ନକଲି ସିମେଣ୍ଟ କାରବାର ସମ୍ପର୍କରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବା ଆଶା କରାଯାଉଛି।



from ଅପରାଧ – Sambad https://ift.tt/2AEhGNm

Post a Comment

0Comments
Post a Comment (0)