ଅବକାରୀ ଚଢ଼ଉ: ଲକ୍ଷାଧିକ ଟଙ୍କାର ଭାଙ୍ଗ ଜବତ, ୮ ଗିରଫ

zisanmohammad
0
ଅବକାରୀ ଚଢ଼ଉ: ଲକ୍ଷାଧିକ ଟଙ୍କାର ଭାଙ୍ଗ ଜବତ, ୮ ଗିରଫ

ବାଲିଅନ୍ତା: କଟକ ଫ୍ଲାଇଂ ସ୍କ୍ଵାଡ୍‌, ଭୁବନେଶ୍ୱର ଅବକାରୀ ବିଭାଗ ଓ ଖୋର୍ଧା ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ଵାଡ୍‌ ପକ୍ଷରୁ ଆଜି ସାଲିଆସାହି ଓ ବାଲିଅନ୍ତା ବ୍ଲକରେ ମିଳିତ ଚଢ଼ଉ କରାଯାଇ ବ୍ୟାପକ ନିଶାଦ୍ରବ୍ୟ ଜବତ ହୋଇଛି। ଜବତ ନିଶାଦ୍ରବ୍ୟ ମଧ୍ୟରେ ୧ କ୍ୱିଣ୍ଟାଲ ୪୨ କେଜି ଭାଙ୍ଗ, ୪୮୦ ଲିଟର ଦେଶୀମଦ ଏବଂ ୮ ହଜାର ୬୦୦ ଲିଟର ମହୁଲ ପୋଚ ରହିଛି। ଏସବୁ ନିଶାଦ୍ରବ୍ୟ କାରବାର ଅଭିଯୋଗରେ ମୋଟ ୮ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ, ବାଲିଅନ୍ତା ଥାନା ଅଧୀନ କଣ୍ଟାଗୋଠ ଗ୍ରାମର ଚୋରା ଭାଙ୍ଗ ବ୍ୟବସାୟୀ ନବକିଶୋର ବେହେରା (୪୦), ଦିଲ୍ଲୀପ ବେହେରା ଏବଂ ବାଲିଗୁଣ୍ଡି ଗ୍ରାମର ଫୁଲଭୋଇ, ସାଲିଆ ସାହିର ସୁଲୋଚନା ହାଁସଦା, ମାଳି ମୁର୍ମୁ, ଚୈତାର‍୍ୟ ମାରାଣ୍ଡି, ସବିତା ସୋରେନ୍‌ ଓ ସାଇ ହାଁସଦା। ସେହିପରି ଘଟଣାସ୍ଥଳରୁ ୨ଟି ଭାଙ୍ଗବଟା ମେସିନ୍‌, ୨ଟି ଗ୍ରାଇଣ୍ଡର୍‌, ମଦରନ୍ଧା ପାଇଁ ବ୍ୟବହୃତ ୨ଟି ଟପ, ଡ୍ରମ୍‌, ହାଣ୍ଡି ଡେକ୍‌ଚି, ପାଇପ୍‌ ଆଦି ଜବତ ହୋଇଛି। ଜବତ ନିଶାଦ୍ରବ୍ୟ ଏବଂ ସାମଗ୍ରୀର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କାରୁ ଅଧିକ ହେବ ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ ଜଣାଇଛନ୍ତି। ଅବକାରୀ ବିଭାଗ ପ୍ରଥମେ ବାଲିଅନ୍ତାରେ ଚଢ଼ଉ କରି ଭାଙ୍ଗ ଓ ପରେ ସାଲିଆସାହିରୁ ମଦ ତଥା ମହୁଲ ପୋଚ ଜବତ କରିଥିଲା। ଅଧୀକ୍ଷକ ପ୍ରସନ୍ନ କୁମାର ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଫ୍ଲାଇଂ ସ୍କ୍ଵାଡ୍‌ ଆଇଆଇସି ଶରତ ଚନ୍ଦ୍ର ଭଞ୍ଜ, ଦେବୀପ୍ରସାଦ ଦାଶ, ଏଏସ୍‌ଆଇ ହୃଦୟ ସାମନ୍ତ, ଇନ୍ସପେକ୍ଟର ବିଜୟ କିଶୋର ଟଣ୍ଡେଲ, ସୁଜିତ୍‌ ମୁଦୁଲି ଓ ଅକ୍ଷୟ ଜେନା ପ୍ରମୁଖ ଏହି ଚଢ଼ଉରେ ସାମିଲ ଥିଲେ।



from ଅପରାଧ – Sambad https://ift.tt/2ABFtgS

Post a Comment

0Comments
Post a Comment (0)