ମାଲକାନଗିରି: ହଷ୍ଟେଲରୁ ୧୦ମ ଶ୍ରେଣୀ ଛାତ୍ରୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଜବତ, ହତ୍ୟା ଅଭିଯୋଗ ଆଣିଲେ ପରିବାର

zisanmohammad
0
ମାଲକାନଗିରି: ହଷ୍ଟେଲରୁ ୧୦ମ ଶ୍ରେଣୀ ଛାତ୍ରୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଜବତ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ମାଲକାନଗିରି: ଗତକାଲିି ରାତିରେ ମାଲକାନଗିରି ବ୍ଲକ୍‌ ଅନ୍ତର୍ଗତ ଶିଖପାଲି ଗେଁରେ ଥିବା ଏସଏସଡି ହାଇସ୍କୁଲ ହଷ୍ଟେଲରେ ରହୁଥିବା ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଜବତ କରାଯାଇଛି। ଛାତ୍ରୀ ଜଣକ ନିଜ ହାତର ଶିରା କାଟି ଆତ୍ମହତ୍ୟା କରିଥିବା ହଷ୍ଟେଲ କର୍ତ୍ତୃପକ୍ଷ କହୁଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏପରି ଏକ ସ୍ପର୍ଶକାତର ଘଟଣା ନେଇ ପୁଲିସକୁ ସୂଚନା ଦିଆଯାଇଥିଳେ ମଧ୍ୟ ସକାଳ ସାଢ଼େ ୭ଟା ପର୍ଯ୍ୟନ୍ତ ପୁଲିସ ଘଟଣାସ୍ଥଳରେ କିମ୍ବା ଡାକ୍ତରଖାନାରେ ପହଞ୍ଚି ନାହିଁ।
ମିଳିଥିବା ସୂଚନା ଅନୁଯାୟୀ, ଶିଖାପାଲି ଗ୍ରାମର ସନ୍ତୋଷ ସର୍ଦ୍ଦାରଙ୍କ ଝିଅ ବନ୍ଦନା ସର୍ଦ୍ଦାର ଏସଏସଡି ହାଇସ୍କୁଲରେ ୧୦ମ ଶ୍ରେଣୀରେ ପଢ଼ିବା ସହିତ ଏହାର ହଷ୍ଟେଲରେ ରହୁଥିଲେ। ହଷ୍ଟେଲର ଓ୍ଵାର୍ଡେନ ଶ୍ରୀୟା ବସନ୍ତିଆଙ୍କ କହିବା କଥା ଅନୁଯାୟୀ, ଗତକାଲି ରାତ୍ରୀ ଭୋଜନ ପରେ ଶ୍ରୀୟା ହଷ୍ଟେଲରେ ଥିବା କମ୍ପ୍ୟୁଟର ରୁମ୍‌କୁ ଯାଇଥିଲେ। ସଠାରେ ସେ ନିଜ ବାମହାତର ଶିରା କାଟି ଦେଇଥିଲେ। ତେବେ ରାତି ୧୦ ପରେ ବନ୍ଦନାଙ୍କୁ ଦେଖିବାକୁ ନ ମିଳିବାରୁ ହଷ୍ଟେଲର ବିଭିନ୍ନ ଅଞ୍ଚଳରେ ଓ୍ଵାର୍ଡେନ ଶ୍ରିୟା ବସନ୍ତିଆ ଖୋଜାଖୋଜି କରିଥିଲେ ଓ ଶେଷରେ ହଷ୍ଟେଲର କମ୍ପ୍ୟୁଟର ରୁମ୍‌ରେ ବନ୍ଦନାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖି ଓ୍ଵାଚ୍‌ମ୍ୟାନକୁ ଡାକି ତାଙ୍କୁ ମାଲକାନଗିରି ଜିଲ୍ଲ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ବନ୍ଦନାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ବନ୍ଦନା ଜଣେ ଭଲ, ଶାନ୍ତଶିଷ୍ଟ ଝିଅ ଥିଲେ ବୋଲି ଉଭୟ ଓ୍ଵାର୍ଡନ ଓ ବନ୍ଦନାଙ୍କ ପରିବାର ଲୋକେ କହୁଛନ୍ତି। ତେଣୁ ବନ୍ଦନାଙ୍କ ଏହି ଅସ୍ୱାଭାବିକ ମୃତ୍ୟୁକୁ ପରିବାର ଲୋକେ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି। ବନ୍ଦନାଙ୍କୁ ହତ୍ୟା କରାଯାଇଛିି ବୋଲିି ତାଙ୍କ ବାପା ସନ୍ତୋଷ ସର୍ଦ୍ଦାର ଅଭିଯୋଗ କରିଛନ୍ତି।



from ଅପରାଧ – Sambad https://ift.tt/2vcQr7a

Post a Comment

0Comments
Post a Comment (0)